ସ୍ବୀକାର କଲେ ମୁଶରଫ୍, ଭାରତରେ ଆକ୍ରମଣ ପାଇଁ ବହୁବାର ଜୈଶକୁ ବ୍ୟବହାର କରିଛନ୍ତି

ନୂଆଦିଲ୍ଲୀ,୭।୩: ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ପ୍ରତି ସ୍ତରରେ ନିଜର ସ୍ବର ଉତ୍ତୋଳନ କରିବାରେ ଲାଗିଛି। ସେଭଳି ପାକିସ୍ତାନ ପ୍ରତ୍ୟେକ ସ୍ତରରେ ଜୈଶ ସମ୍ପର୍କିତ ଭାରତର ଅଭିଯୋଗକୁ ମିଛ ବୋଲି ପ୍ରମାଣିତ କରିଆସୁଛି। କିନ୍ତୁ ଏବେ ସେଠାର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫ୍ ଏନେଇ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି ତାଙ୍କ କାର୍ଯ୍ୟକାଳରେ ଭାରତ ଉପରେ ଆକ୍ରମଣ କରିବା ପାଇଁ ଜୈଶ-ଏ-ମହମ୍ମଦ ପାକିସ୍ତାନର ଗୁଇନ୍ଦା ସୂଚନା ବ୍ୟବହାର କରୁଥିଲା। କେବଳ ସେତିକି ନୁହେଁ ମୁଶରଫ୍ ଏହା ମଧ୍ୟ ମାନିଛନ୍ତି ଯେ ଜୈଶ କଶ୍ମୀରେ ସୃଷ୍ଯି ହେଉଥିବା ହିଂସା ଓ ସୀମାରେ ବିବାଦର କେନ୍ଦ୍ର ବିନ୍ଦୁ।
ଭାରତ-ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ପାଇଁ ମୁଶରଫ୍ ଦାୟୀ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍ କହିସାରିଛନ୍ତି। ଏବେ ମୁଶରଫ୍ ମଧ୍ୟ ସ୍ବୀକାର କରିନେଇଛନ୍ତି ଭାରତରରେ ଅଶାନ୍ତି ପାଇଁ ପାକିସ୍ତାନ ଗୁଇନ୍ଦାର ଲୋକ ସବୁବେଳେ କାମ କରୁଥାନ୍ତି। ମୁଶରଫ୍ ପାକିସ୍ତାନର ଜଣେ ସାମ୍ବାଦିକଙ୍କୁ ବିଶେଷ ସାକ୍ଷାତକାର ସମୟରେ ଏହି କଥାକୁ ମାନିଛନ୍ତି। ସେ କହିଛନ୍ତି ଜୈଶର ମୁଖ୍ୟ ଲକ୍ଷ୍ୟ ଭାରତରୁ କାଶ୍ମୀରକୁ ଛଡାଇ ନେଇ ପାକିସ୍ତାନରେ ମିଶାଇବା। ମାସୁଦ ଆଝାରର ନିର୍ଦେଶରେ ଏହି ସଂଗଠନ କାମ କରିଥାଏ। ମୁଶରଫଙ୍କ ଏହି ବୟାନ ଏବେ ଭାରତ ଓ ସମ୍ପୂର୍ଣ୍ଣ ବିଶ୍ବ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏହାଦ୍ବାରା ପାକିସ୍ତାନର ସତ ଏବଂ ମିଛ ସବୁକିଛି ଜଣାପଡିଯିବ।