ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଯାଜପୁରରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ, ୩ ଗୁରୁତର, ୬ ଘର କ୍ଷତିଗ୍ରସ୍ତ

Published By : Prameya | March 7, 2025 8:33 AM

ଯାଜପୁର,୦୭/୦୩: ଯାଜପୁର ବ୍ଲକ  ବାସୁଦେବପୁର ପଞ୍ଚାୟତ ଜାଲପୁର ଗ୍ରାମରେ  ଚାଲିଥିବା ବେଆଇନ ବାଣ କାରଖାନାରେ  ଗୁରୁବାର ମଧ୍ୟାହ୍ନରେ ଭୟଙ୍କର ବିସ୍ଫୋରଣ  ଘଟିଛି । ଏଥିରେ ଜଣେ ବାଣ ଭିଡ଼ାଳିଙ୍କର  ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୩ଜଣ  ଗୁରୁତର ହୋଇଛନ୍ତି । ପ୍ରଚଣ୍ଡ ଶବ୍ଦ ଯୋଗୁ ଦୁଇ  ଜଣ ପଡ଼ୋଶୀ ଶିଶୁ ଅସୁସ୍ଥ ହୋଇ ପଡ଼ିଛନ୍ତି । ୬ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । 

ଜାଲପୁର ଗ୍ରାମରେ ଦୀର୍ଘଦିନ ଧରି  ବେଆଇନ ଭାବେ ବାଣ କାରଖାନା ଚାଲିଛି ।  ବାଣ କାରଖାନା ପାଇଁ ପୂର୍ବରୁ ବହୁବାର  ଦୁର୍ଘଟଣା ଘଟିବା ସହ ଯାଜପୁର ଥାନାରେ ଏ  ସମ୍ପର୍କରେ ୫ଟି ମାମଲା ମଧ୍ୟ ରୁଜୁ ହୋଇଛି ।  ପୁଲିସର ନଜର ସତ୍ତେ୍ୱ କିଛି ବାଣ ବେପାରି ବେଆଇନ ଭାବେ ବାଣ ତିଆରି ଚଳାଇଛନ୍ତି । ଗ୍ରାମର ନିଶିକାନ୍ତ ପତି ନିଜ ଘରେ ଦୀର୍ଘ ଦିନ  ହେବ କିଛି ଲୋକଙ୍କୁ ନେଇ ବାଣ କାରଖାନା ଚଲେଇ ଆସୁଥିଲେ । ଗୁରୁବାର ଅପରାହ୍ଣରେ  ତାଙ୍କ ଘରେ ସେହି ଗ୍ରାମର ବାଦଲ ପାତ୍ର  (୨୧) ଓ ନାରାୟଣ ବେହେରା (୪୦) ବାଣ  ତିଆରି କରୁଥିଲେ । ହଠାତ୍‌ ବାଣଗୁଡ଼ିକ  ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ  ବାଦଲଙ୍କର ଗୋଟିଏ ଗୋଡ଼ ଶରୀରଠାରୁ  ବିଚ୍ଛିନ୍ନ ହୋଇଯାଇଥିଲା । ନିଶିକାନ୍ତ ଓ ନାରାୟଣ  ଗୁରୁତର ଆହତ ହୋଇଥିଲେ । ପଡ଼ୋଶୀ  ଘରେ ସଣ୍ଟ୍ରିଂ କାମ କରୁଥିବା ଦୁଇ ଜଣ ଶ୍ରମିକ ମାର୍କଣ୍ଡପୁର ଗ୍ରାମର ଅଜୟ କୁମାର ଜେନା  (୪୫), ଜାଲପୁର ଗ୍ରାମର ବ୍ରହ୍ମା ଜେନା  (୬୦) ବିସ୍ଫୋରଣରେ ଆହତ ହୋଇଥିଲେ । 

ଦମକଳବାହିନୀ ଓ ଯାଜପୁର ପୁଲିସ  ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ  ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ  ଅଣାଯାଇଥିଲା । ବାଦଲ ଗୁରୁତର ଥିବାରୁ ତାଙ୍କୁ  କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ପରେ ଗୁରୁତର ନିଶିକାନ୍ତଙ୍କୁ କଟକ ସ୍ଥାନାନ୍ତର  କରାଯାଇଛି । ଅନ୍ୟମାନେ ଯାଜପୁର ମୁଖ୍ୟ  ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ।  ବାଣର ପ୍ରଚଣ୍ଡ ଶବ୍ଦରେ ପଡ଼ୋଶୀ ଘରେ  ରହୁଥିବା ଦୁଇଜଣ ଶିଶୁ ଅଚେତ ହୋଇ  ପଡ଼ିଥିଲେ । ସେମାନେ ଚିକିତ୍ସା ପରେ ସୁସ୍ଥ  ହୋଇଛନ୍ତି । ସେଠାରେ ଏତେ ମାତ୍ରାରେ ବାଣ  ଥିଲା ଯେ, ଦୀର୍ଘ ସମୟ ଧରି ଫୁଟିଥିଲା ।  ଯାହାର ପ୍ରଚଣ୍ଡ ଶବ୍ଦ ଆଖପାଖ ୨-୩ କିମି  ପର୍ଯ୍ୟନ୍ତ ଶୁଭିଥିଲା । ଏହା ସହିତ ଘର  ପାଖରେ ଥିବା ୬ଟି ଘର ବ୍ୟାପକ କ୍ଷୟକ୍ଷତି  ହୋଇଛି । ବାଣଗୁଡ଼ିକ ସବୁ ଫୁଟିଯାଇଥିବା  ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ  ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.