ପ୍ରମୂଖ ଖବର
  • Operation Sindoor; ଆହୁରି ଶକ୍ତିଶାଳୀ ହେବ ସେନା, ପ୍ରତିରକ୍ଷା ବଜେଟ୍‌ରେ ହୋଇପାରେ ଅତିରିକ୍ତ ବ୍ୟୟବରାଦ
  • ||
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଜେଇଙ୍କ ସନ୍ଦେହଜନକ ମୁତ୍ୟୁ, ଏସି ଚଳାଇ ଗାଡ଼ିରେ ଶୋଇଥିଲେ

Published By : Ankita S | May 16, 2025 10:18 AM

ବରଗଡ,୧୬/୦୫: ବରଗଡ ସ୍ଥିତ ହଳଦୀପାଲି ଛକଠାରେ ବ୍ଲକ ଜେଇଙ୍କ ସନ୍ଦେହଜନକ ମୁତ୍ୟୁ ହୋଇଛି । ଏକ ହୋଣ୍ଡାଇ କ୍ରେଟା ଗାଡିରେ ଏସି ଲଗାଇ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଉଛନ୍ତି ଚଦ୍ର ଶେଖର ଝାଡ଼ିଆ । ସେ ବରପାଲି ବ୍ଲକ ଜେଇ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।

ଗାଡ଼ିରେ ଏସି ଲଗାଇ ଶୋଇଥିବା ବେଳେ ଏସିଟି ଖରାପ ହେବା ସହିତ ସଟସର୍କିଟ ହୋଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତାଙ୍କ ଶରୀର ପୋଡି ଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ତାଙ୍କ ସ୍ତ୍ରୀ ପୋଲିସକୁ କହିବା ଅନୁସାରେ, ଗତକାଲି ଦିନ ୧୨ ଟାରୁ ଚନ୍ଦ୍ର ଶେଖର ଘରୁ ବାହାରି ଆସିଥିଲେ । ରାତିରେ ଫୋନ୍ ଉଠାଇ ନ ଥିଲେ । ପରେ ଖୋଜାଖୋଜି କରିବାରୁ ଗାଡିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ତେବେ ବ୍ଲକ ଜେଇ ଚଦ୍ର ଶେଖର ଝାଡ଼ିଆଙ୍କ ମୃତ୍ୟୁ କିପରି ହେଲା ? କଣ ଏସିରୁ ସର୍ଟ ସର୍କିଟ ହୋଇ ତାଙ୍କର ମୃତ୍ୟୁ ହୋଇଛି ? ଏ ସବୁ ଏବେ ସନ୍ଦେହ ଘେରରେ ରହିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.