ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବ୍ଲକସ୍ତରୀୟ ଜଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ୩୬ଟି ଅଭିଯୋଗ ପଞ୍ଜିକୃତ

Published By : Gurupada Nath | April 29, 2025 7:58 PM

ମାଲକାନଗିରି/ଚିତ୍ରକୋଣ୍ଡା, ୨୯/୪ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟର ନୂତନ ସଭାଗୃହରେ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏଥିରେ ଏସପି ବିନୋଦ ପାଟିଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରିତା କୁମାର, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ଏବଂ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳର ସମୁଦାୟ ୩୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ।

ଏଥିରେ ଚିତ୍ରକୋଣ୍ଡା ସଦର ମହକୁମାରେ ୧୦ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବାବେଳେ ଠିକ୍ ଭାବେ ପାନୀୟ ଜଳ ଯୋଗାଯାଉନାହିଁ। ବିଶୁଦ୍ଧ ପାଣି ପାଇଁ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ । ଦୀର୍ଘ ୧୦ବର୍ଷ ହେବ ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର ନିକଟରେ ଆରଡବ୍ଲୁଏସ୍ଏସ୍ ପକ୍ଷରୁ ବିଶୁଦ୍ଧ ପାଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ମୁନ୍ଦାଏ ବିଶୁଦ୍ଧ ପିଇବା ପାଣି ମିଳିପାରୁନଥିବା ନେଇ ଚିତ୍ରକୋଣ୍ଡାବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 

ଏପରି କି ପ୍ରତ୍ୟକ ଅଭିଯୋଗ ଶୁଣାଣି ଶିବିରରେ ଚିତ୍ରକୋଣ୍ଡାରେ ପାଣି ଓ ରାସ୍ତାଘାଟ ସମସ୍ୟା ନେଇ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସମାଧାନ କରାଯାଉନାହିଁ । ତୁରନ୍ତ ପ୍ରଶାସନ ଏହି ସବୁ ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଚିତ୍ରକୋଣ୍ଡାବାସୀ ଦାବି କରିଥିଲେ । ଜିଲ୍ଲାପାଳ ଚିତ୍ରକୋଣ୍ଡା ବ୍ଲକରେ ଜନ ଶୁଣାଣି କରିବା ପରେ ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ସେତୁ ଯୋଜନାରେ ଜୀବନ ଜୀବିକା ପାଇଁ କରାଯାଇଥିବା ପରିବା ଚାଷ ବୁଲି ଦେଖିବା ସହ ମହିଳା ହିତାଧିକାରୀଙ୍କ ସହ କିପରି ଉନ୍ନତ ମାନର ପନିପରିବାଚାଷ କରି ସ୍ୱାଭିଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.