ଦଶମନ୍ତପୁର୦୯/୬: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଆଜି ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ବ୍ଲକ ଗୋଷ୍ଠୀ ସଂଯୋଜକ ରଜତ କୁମାର ବିଡିକ ଏବଂ ସିଡିପିଓ ଇନଚାର୍ଜ ରାଜେଶ୍ବରୀ ତୁରୁକଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବିଡିଓ ମିଲନ କୁମାର ଝାଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୟା ସିନ୍ଧୁ ବାଘ, ସାଂସଦ ପ୍ରତିନିଧି ପଙ୍କଜ ବାଘ,ବରିଷ୍ଠ ଶିକ୍ଷକ, ଭୁବନ ଦଳେଇ,ସମେତ ସୁପରଭାଇଜର ମାନେ ଉପସ୍ଥିତ ଥିଲେ। ଏଥିରେ ବ୍ଲକର୧୮ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ, ମାଣ୍ଡିଆ, ଚାଉଳ, ଚୂନାରେ ମଣ୍ଡା ପିଠା,କେକ୍, ମାଣ୍ଡିଆ,ଦହିବରା, ପକୁଡ଼ି, ଲଡୁ, କ୍ଷୀରି, ଜାଉ, ତମ୍ବା, ଭଳି ବିଭିନ୍ନ ପ୍ରକାରର ପାରମ୍ପରିକ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ।

ଏଥିରେ ଅତିଥି ମାନେ ବିଚାରକ ଭାବେ ବୁଲି ବୁଲି ପ୍ରଦର୍ଶିତ ଖାଦ୍ୟ ନିରୀକ୍ଷଣ କରି ଥିଲେ। ଏଥିରେ ଦଶମନ୍ତପୁରର ଶାନ୍ତି ଏସ୍ ଏଚ୍ ଜି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କୁ ମାନପତ୍ର ସହ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିବାବେଳେ ପୋଡ଼ାଗଡ ଜୟ ମାଁ ମଙ୍ଗଳା ଏସ୍ ଏଚ୍ ଜି ଦ୍ବିତୀୟ ସ୍ଥାନ ଅଧିକାର କରି ମାନପତ୍ର ସହ ୪ ହଜାର ଟଙ୍କା ପୁରସ୍କାର ପାଇଥିଲେ। ସେହିଭଳି ଗିର୍ଲି ଗୁମାର ତୁଳସୀ ଏସ୍ ଏଚ୍ ଜି ମଧ୍ୟ ଖାଦ୍ୟ ପ୍ରତିଯୋଗୀତାରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରି ମାନପତ୍ର ପାଇଥିବା ଜଣାପଡିଛି ।
ଯେଉଁ ମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସମସ୍ତେ ଜିଲ୍ଲାସ୍ତରୀୟ ଖାଦ୍ୟ ପ୍ରତିଯୋଗୀତାରେ ଭାଗନେବେ ବୋଲି କୁହାଯାଇଛି। ସୂଚନା ମୁତାବକ ଆଗାମୀ ରଜ ପର୍ବକୁ ଆଖି ଆଗରେ ରଖି ସରକାର ସମସ୍ତ ସୁଭଦ୍ରା ଶକ୍ତି, ତଥା ଖାଦ୍ୟକୁ ବଞ୍ଚାଇ ରଖିବାକୁ ପ୍ରୟାସ ଆରମ୍ଭ ହୋଇଛି। ବର୍ତମାନ ଯୁଗରେ ପାରମ୍ପରିକ ଖାଦ୍ୟକୁ ଲୋପ କରି ନୂତନ ଖାଦ୍ୟ ଉପରେ ଅଧିକ ଲାଳାୟିତ ହେଉଥିବା କୁହାଯାଇଛି।