PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଥରେ ବ୍ଲଡ୍‌ ଟେଷ୍ଟ କଲେ ୧୬ ବର୍ଷ ପରେ ହେବାକୁ ଥିବା ରୋଗ ବିଷୟରେ ସୂଚନା ମିଳିବ

‘ୱାସିଙ୍ଗଟନ୍‌ ୟୁନିଭର୍ସିଟି ସ୍କୁଲ ଅଫ୍‌ ମେଡିକାଲ’ର ଗବେଷକମାନେ ଏକ ନୂଆ ପଦ୍ଧତି ବିକାଶ କରିଛନ୍ତି । ଥରେ ବ୍ଲଡ୍‌ ଟେଷ୍ଟ କଲେ ୧୬ ବର୍ଷ ପରେ ହେବାକୁ ଥିବା ରୋଗ ବିଷୟରେ ସୂଚନା ମିଳିବ । ବୟସ୍କଙ୍କୁ ଅଲ୍‌ଝିମର୍ସଠୁ ଦୂରରେ ରଖିବା ପାଇଁ ଗବେଷକମାନେ ଏହି ବ୍ଲଡ୍‌ ଟେଷ୍ଟ ପଦ୍ଧତି ବିକାଶ କରିଛନ୍ତି । ଏହି ପଦ୍ଧତି ମାଧ୍ୟମରେ ଭବିଷ୍ୟତରେ ହେବାକୁ ଥିବା ଅନ୍ୟ ସ୍ନାୟବିକ ରୋଗ ବିଷୟରେ ମଧ୍ୟ ସୂଚନା ମିଳିପାରିବ ବୋଲି ସେମାନେ ଦାବି କରିଛନ୍ତି ।

ଆମେରିକାରେ ୫.୭ ଲକ୍ଷ ଲୋକଙ୍କଠାରେ ଅଲ୍‌ଝିମର୍ସ ଦେଖାଯାଇଛି । ୨୦୫୦ ବେଳକୁ ଏହା ୧.୪ କୋଟି ହୋଇପାରେ । ତେବେ ସଦ୍ୟ ବିକଶିତ ପଦ୍ଧତି ମାଧ୍ୟମରେ ଅଲ୍‌ଝିମର୍ସକୁ ବହୁ ପୂର୍ବରୁ ରୋକାଯାଇପାରିବ ବୋଲି ସେମାନେ ଆଶାବାଦୀ । ସଫଳ ପରୀକ୍ଷଣ ପରେ ଡାକ୍ତରଖାନାରେ ଏହା କାର୍ଯ୍ୟକାରୀ ହେବ ।