PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଚିକିତ୍ସା କେନ୍ଦ୍ରରେ ଏବେ ରୋଗୀଙ୍କ ଚିକିତ୍ସା ଲାଗି ରକ୍ତ ସଙ୍କଟ

କଟକ,୧୬ା୫(ବ୍ୟୁରୋ): ଚିକିତ୍ସା ବ୍ୟବସ୍ଥାର ପ୍ରାଣକେନ୍ଦ୍ର କୁହାଯାଉଥିବା କଟକରେ ଏବେ ରକ୍ତ ପାଇଁ ହାହାକାର ଭଳି ସ୍ଥିତି । ଏଠାକାର ପ୍ରମୁଖ ଡାକ୍ତରଖାନା ଏସ୍‌ସିବି ମେଡିକାଲ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଏବେ ରୋଗୀଙ୍କ ଚିକିତ୍ସା ଲାଗି ରକ୍ତ ସଙ୍କଟ ଦେଖାଦେଇଛି । ଏସବୁ ପ୍ରମୁଖ ଚିକିତ୍ସା କେନ୍ଦ୍ର ବାଦ୍‌ ଘରୋଇ ଡାକ୍ତରଖାନା ଏବଂ ବିଭିନ୍ନ ନର୍ସିଂହୋମ୍‌ରେ ଚିକିତ୍ସିତ ରୋଗୀମାନେ ମଧ୍ୟ ରକ୍ତ ପାଇବା ପାଇଁ ଯେଉଁ ହୀନସ୍ତା ହେଉଛନ୍ତି, ସେ କଥା ନକହିବା ଭଲ । ରକ୍ତ ଅଭାବ ଜନିତ ସମସ୍ୟା ଯଦି ଏମିତି ଲାଗି ରହେ, ତେବେ ଆଗକୁ ରକ୍ତ ଦରକାର କରୁଥିବା ରୋଗୀମାନଙ୍କ ଅବସ୍ଥା ଯେ କେତେ ଭୟଙ୍କର ହୋଇପଡିବ ସେ କଥା କେବଳ ସମୟ ହିଁ କହିବ ବୋଲି ଚିକିତ୍ସା ବିଜ୍ଞାନୀମାନେ ମତ ଦେଉଛନ୍ତି । ଅନ୍ୟପକ୍ଷରେ ରକ୍ତ ଅଭାବ ଜନତି ସମସ୍ୟାକୁ ନେଇ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଯେତକି ଚନ୍ତିତି, ତାଠାରୁ ଅଧିକ ଚିନ୍ତାରେ ପଡିଛନ୍ତି ରୋଗୀଙ୍କ ଚକିତ୍ସିା ଦାୟତି୍ୱରେ ଥିବା ଡାକ୍ତରମାନେ । ରକ୍ତର ଅଭାବ ଯୋଗୁଁ ରୋଗୀଙ୍କ ଚିକିତ୍ସା ମଧ୍ୟ ଏବେ ବାଟବଣା ହେଉଛି । ଫୋନ ପୂର୍ବରୁ ଯାହା ଯେମତିି ଟାଣିଓଟାରି ରୋଗୀମାନଙ୍କୁ କିଛି କିଛି ରକ୍ତ ଯୋଗାଇ ଦିଆଯାଉଥିଲା, ବାତ୍ୟା ପରଠାରୁ ସଙ୍କଟ ବଢ଼ଯିାଇଛ । ଏସ୍‌ସବିି ମେଡକିାଲ୍‌ ବଡ୍ଲ ବ୍ୟାଙ୍କ ସମତେ ରେଡକ୍ରସ୍‌ ସେଣ୍ଟ୍ରାଲ୍‌ ରକ୍ତ ଭଣ୍ଡାରରେ ଏବେ ରକ୍ତ ଗଚ୍ଛିତ ନଥିବା କର୍ମଚାରୀଙ୍କଠାରୁ ସୂଚନା ମଳିଛି ।

ରକ୍ତ ଗଚ୍ଛିତ ନଥିବାରୁ ରୋଗୀମାନଙ୍କୁ ରକ୍ତ ପ୍ରଦାନ କ୍ଷେତ୍ରରେ ଅଭାବନୀୟ ସ୍ଥିତି ଉପୁଜିଛି । ଏପରି ସ୍ଥିତିରେ ଏବେ ବଞ୍ଚିବା ପାଇଁ ନିୟମିତ ବ୍ୟବଧାନରେ ରକ୍ତ ନେଉଥିବା ଥାଲାସେମିଆ, ହେମୋଫେଲିଆ, ରକ୍ତ କର୍କଟ ରୋଗୀଙ୍କ ସମେତ ଅନ୍ୟ ରକ୍ତହୀନତା ଭୋଗୁଥିବା ରୋଗୀମାନଙ୍କ ଜୀବନ ପ୍ରତି ଆଶଙ୍କା ଦେଖାଦେଇଛି । ସେହିପରି ଓପନ୍‌ ହାର୍ଟ ସର୍ଜରୀ, ବ୍ରେନ୍‌ ଟ୍ୟୁମର ଅପରେସନ୍‌ ଓ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଥିବା ଦୁର୍ଘଟଣାଗ୍ରସ୍ତଙ୍କ ସମେତ ଆଉ କେତେଜଣ ଗୁରୁତର କର୍କଟ ରୋଗୀ ଏବେ ବଞ୍ଚିବା ପାଇଁ ଏସ୍‌ସିବି, ଆଚାର୍ଯ୍ୟ ହରିହର ଓ ଶିଶୁ ଭବନରେ ସଂଘର୍ଷ କରୁଥିବା ଜଣାପଡିଛି । ରକ୍ତ ଅଭାବ ଜନିତ ସମସ୍ୟାକୁ ନେଇ ଏବେ ଅନେକ ରୋଗୀଙ୍କର ଚିକିତ୍ସା ଏବଂ ଅପରେସନ୍‌ ମଧ୍ୟ ଆଗେଇ ପାରୁନାହିଁ । କିଡ୍‌ନୀ ରୋଗୀଙ୍କ ଡାଏଲିସିସ୍‌ କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । ରକ୍ତ ନପାଇ କେତେଦିନ ଆଉ ଉକ୍ତ ରୋଗୀମାନେ ଯନ୍ତ୍ରଣାରେ ଛଟପଟ ହେବେ ତାହାକୁ ନେଇ ରୋଗୀ ସମ୍ପର୍କୀୟମାନେ ଚିନ୍ତାରେ ପଡିଛନ୍ତି ।

ପ୍ରାୟ ଏକ ମାସ ହେଲା ରାଜ୍ୟରେ ଆଉ ସେମିତି ରକ୍ତ ଦାନ ଶିବିର (ବ୍ଲଡ୍‌ ଡୋନେସନ୍‌ କ୍ୟାମ୍ପ) ହେଉନାହିଁ । ନିର୍ବାଚନ ଶେଷ ହେବା ଯାଏ କାଁ ଭାଁ କେଉଁଠି ଶିବିରଟିଏ ହେଉଥିଲା । ନିର୍ବାଚନ ପରଠାରୁ ବିଶେଷତଃ ଫୋନି ବାତ୍ୟା ପରଠାରୁ କଟକ ଜିଲ୍ଲା ସମେତ ଉପକୂଳ ଜିଲ୍ଲାରେ ଆଉ ସେମିତି କୌଣସିଠାରେ ରକ୍ତଦାନ ଶିବିର ଆୟୋଜନ ହୋଇପାରିନାହିଁ । ଏସ୍‌ସିବି ବ୍ଲଡ୍‌ ବ୍ୟାଙ୍କ୍‌ ଜରିଆରେ ଅପ୍ରେଲ୍‌ ୭ ତାରିଖରେ ଶେଷ ଥର ପାଇଁ ଗୋଟିଏ କ୍ୟାମ୍ପର ଆୟୋଜନ କରାଯାଇଥିଲା । ତା ପରଠାରୁ ଆଉ ରକ୍ତ ଦାନ ଶିବିର ଆୟୋଜିତ ହୋଇପାରିନଥିବା ସୂଚନା ମିଳିଛି । ସେଣ୍ଟ୍ରାଲ୍‌ ରେଡକ୍ରସ୍‌ ବ୍ଲଡ୍‌ ବ୍ୟାଙ୍କର ମଧ୍ୟ ସମାନ ଅବସ୍ଥା । ନିର୍ବାଚନ ପୂର୍ବରୁ ଯାହା ଯେମିତି କେଉଁଠି ନା କେଉଁଠି ଆୟୋଜିତ ରକ୍ତଦାନ ଶିବିରରୁ ରେଡକ୍ରସ୍‌ ସଂସ୍ଥା ରକ୍ତ ସଂଗ୍ରହ କରିଥିଲା । ଏବେ ଫୋନି ବାତ୍ୟା ପରଠାରୁ ରକ୍ତ ଦାନ ଶିବିର ଆୟୋଜନ ପୂରା ଠପ୍‌ ହୋଇପଡିଛି । ପ୍ରାୟ ୧୪ ଦିନ ହେଲା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ରକ୍ତ ଦାନ ଶିବିର କୌଣସି ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ କିମ୍ବା କୌଣସି ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇ ପାରିନାହିଁ । ଶିବିର ଆୟୋଜନ କରାଯାଇ ପାରୁନଥିବାରୁ ରାଜ୍ୟର ଏହି ଦୁଇଟି ଯାକ ପ୍ରମୁଖ ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ ଲାଗି ରହିଛି । ରେଡକ୍ରସ୍‌ ରକ୍ତ ଭଣ୍ଡାରରେ ୪ହଜାର ୟୁନିଟ୍‌ ରକ୍ତ ଗଚ୍ଛିତ କରିବା କ୍ଷମତା ରହିଥିବା ବେଳେ ଏବେ ୪୦ଟି ପ୍ୟାକେଟ୍‌ ରକ୍ତ ମଧ୍ୟ ଗଚ୍ଛିତ ନଥିବା ସୂଚନା ମିଳିଛି । ସେହିପରି ଏସ୍‌ସିବି ରକ୍ତ ଭଣ୍ଡାରରେ ପ୍ରାୟ ୨ ହଜାର ୟୁନିଟ୍‌ ରକ୍ତ ଗଚ୍ଛିତ ରଖିବାର କ୍ଷମତା ରହିଥିବା ବେଳେ ୨୦ ୟୁନିଟ୍‌ ରକ୍ତ ମଧ୍ୟ ମହଜୁଦ ନାହିଁ । ଏପରି ସ୍ଥିତିରେ ରୋଗୀମାନଙ୍କୁ ଆବଶ୍ୟକ ସମୟରେ ରକ୍ତ ଯୋଗାଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି । ଅତି ଜରୁରୀ କ୍ଷେତ୍ରରେ ଯାହାର ରକ୍ତ ଦରକାର ପଡୁଛି, ତାଙ୍କର ସମ୍ପର୍କୀୟମାନେ ରକ୍ତ ଦେବାକୁ ବାଧ୍ୟ ହେଉଛନ୍ତି । ମାତ୍ର ରୋଗୀଙ୍କ ଗ୍ରୁପ୍‌ ସହ ରକ୍ତଦାତାଙ୍କ ଗ୍ରୁପ୍‌ ଯଦି ମେଳ ନଖାଉଛି, ତେବେ ରକ୍ତ ପାଇବା ବିଳମ୍ବ ହେଉଛି । ରୋଗୀ ସମ୍ପର୍କୀୟମାନେ ରକ୍ତ ଦେଇ ପ୍ରତିବଦଳରେ ରକ୍ତ ନେବା ପାଇଁ ଚାହିଁଲେ ମଧ୍ୟ ତାହା ସମ୍ଭବ ହେଉନାହିଁ ।

ସମ୍ବନ୍ଧିତ ଖବର