ତିଗିରିଆରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ୪ ଆହତ

ତିଗିରିଆ,୦୮/୦୩: ରଙ୍ଗର ପର୍ବ ହୋଲିକୁ ପୂରା ଦେଶ ଉତ୍ସାହର ସହ ପାଳନ କରୁଥିବା ବେଳେ ରକ୍ତର ହୋଲି ଖେଳୁଛି ତିଗିରିଆ ଅଞ୍ଚଳ। ବୁଧବାର ସକାଳେ ଗୋଟିଏ ପରିବାରର ତିନି ଜଣଙ୍କୁ ସଙ୍ଘବଦ୍ଧ ଆକ୍ରମଣ ପରେ ଅପରାହ୍ନରେ ଗୋଷ୍ଠୀ ସଙ୍ଘର୍ଷ ରକ୍ତାକ୍ତ ହୋଇଛି।
ସୂଚନା ମୁତାବକ ନୂଆପାଟଣା ଗୋକର୍ଣ୍ଣଖାଲ ଗ୍ରାମରେ ଘଟିଛି ଏହି ଗୋଷ୍ଠୀ ସଙ୍ଘର୍ଷ। ଗ୍ରାମରେ କଟରା ଗ୍ୟାଙ୍ଗ ଓ ମତୁଆଲା ଯୁବ ଗୋଷ୍ଟୀ ମଧ୍ୟରେ ସଂଘର୍ଷ ହୋଇଛି। ଗୋଷ୍ଠୀ ସଂଘର୍ଷରେ ୪ ଜଣ ଯୁବକ ଆହତ ହୋଇଥିବା ବେଳେ ସେମାନଙ୍କୁ ମାଣିଆବନ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏହି ଘଟଣାକୁ ନେଇ ଗ୍ରାମରେ ଉତେଜନା ଲାଗି ରହିଥିବା ସୂଚନା ମିଳିଛି।