ଭୁବନେଶ୍ବର,୨/୭ : ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁ । ବିଏମସି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରତ୍ନାକର ସାହୁ । ଛାତି ଯନ୍ତ୍ରଣା ଏବଂ ଯେଉଁଠି ଆକ୍ରମଣବେଳେ ଆହତ ହୋଇଥିଲେ ସେହି ଜାଗାରେ ଚିକିତ୍ସା କରାଯାଉଛି । ତଳି ପେଟରେ ବହୁତ ଆଘାତ ଲାଗି ଥିବାରୁ ଅସହ୍ୟ ହୋଇପଡ଼ିଛନ୍ତି ରତ୍ନାକର ସାହୁ ।
ବିଏମସି କାର୍ଯ୍ୟାଳୟରେ ବସି ଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତେଣୁ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ବିଏମସି ହସ୍ପିଟାଲ୍ ନିଆଯାଇଛି । ଅଧିକ ଚିକିତ୍ସା ଆବଶ୍ୟକ ଅଛି ତାଙ୍କର ଆଲଟ୍ରା ସାଉଣ୍ଡ ହେବ । ଛାତି ଯନ୍ତ୍ରଣା ହେଉଥିବାରୁ ତାଙ୍କର ଇସିଜି ଚାଲିଛି । ଅନ୍ୟପଟେ ବିଏମସି ହସ୍ପିଟାଲରେ ସିଏମଏମ୍ ଓ ଅଧିକାରୀ ସମେତ ସମସ୍ତ ଅଧିକାରୀ କର୍ମଚାରୀମାନେ କଳା ବ୍ୟାଜ୍ ପିନ୍ଧି ସମର୍ଥନ କରିଛନ୍ତି। ତେଣୁ ସମସ୍ତେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବୋଲି କହିଛନ୍ତି ବିଏମସି ହସ୍ପିଟାଲର ସିଏମଏମଓ ।