ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ବିଏମ୍‌ସିର "ଜିରୋୱେଷ୍ଟ ମିଶନ୍‌': ଅଫିସରେ ଗୁଟ୍‌ଖା ଖାଅନି, କାଚ ଗ୍ଲାସରେ ପାଣି ପିଅ...

Published By : Prameya | February 15, 2025 9:31 AM

ଭୁବନେଶ୍ୱର,୧୫/୦୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଫିସରେ କୌଣସି କର୍ମଚାରୀ ଏଣିକି ଗୁଟ୍‌ଖା କିମ୍ବା ପାନ  ଖାଇବେନି। ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଭିତରେ ଗୁଟ୍‌ଖା ଖାଇବେନି କିମ୍ବା ଏଣେତେଣେ ପ୍ୟାକେଟ, ଛେପ ପକାଇବେନି । କାର୍ଯ୍ୟାଳୟରେ ପ୍ଲାଷ୍ଟିକ୍‌ ବୋତଲ ବଦଳରେ  କାଚ ଗ୍ଲାସରେ ସମସ୍ତେ ପାଣି ପିଇବେ । ବିଏମସି  କାର୍ଯ୍ୟାଳୟକୁ ବର୍ଜ୍ୟମୁକ୍ତ (ଜିରୋୱେଷ୍ଟ) କରିବା  ଲକ୍ଷ୍ୟରେ ଶୁକ୍ରବାର ଏଭଳି ନିର୍ଦ୍ଦେଶନାମା ଜାରି  କରିଛନ୍ତି କର୍ତ୍ତୃପକ୍ଷ ।  

ଜିରୋୱେଷ୍ଟ ଅଭ୍ୟାସ ପାଇଁ ଶୁକ୍ରବାରଠାରୁ ଆରମ୍ଭ ହାଇଛି ପ୍ରକ୍ରିୟା । ବିଏମ୍‌ସି ମୁଖ୍ୟାଳୟକୁ ବର୍ଜ୍ୟମୁକ୍ତ କରିବା ପାଇଁ ପ୍ରଥମେ ପଦକ୍ଷେପ ନିଆଯିବ । ମୁଖ୍ୟତଃ ୫ଟି ଅଭ୍ୟାସ କରିବା ପାଇଁ  ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୁଟଖା ଖାଇବା  ମନା ଓ କାଚ ଗ୍ଲାସ ବ୍ୟବହାର ପରେ କପଡ଼ା  ବ୍ୟାଗ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଏଠାରେ କେହି ଖାଦ୍ୟ ନଷ୍ଟ କରିବେ ନାହିଁ । ଯଥା  ସମ୍ଭବ କମ୍‌ କାଗଜ ବ୍ୟବହାର କରିବେ ।  




ବିଏମ୍‌ସି କାର୍ଯ୍ୟାଳୟର କୌଣସି ଉପବିଭାଗରେ ଯେପରି ପେପର କିମ୍ବା ଅନ୍ୟାନ୍ୟ ଅଦରକାରୀ ଜିନିଷ ନ ପଡେ, ସେଥିପ୍ରତି ଦୃଷ୍ଟି ଦିଆଯିବ। ଏଥିପାଇଁ ଜିରୋ ୱେଷ୍ଟ ଅଡିଟ  କରାଯିବ । ନିୟମିତ ବ୍ୟବଧାନରେ ଗୋଟିଏ  ଗୋଟିଏ ଉପବିଭାଗର ତିନିଜଣିଆ ଟିମ୍‌ ବୁଲି  ଅନୁଧ୍ୟାନ କରିବେ । କୌଣସି କର୍ମଚାରୀ  ଘରେ, ବାହାରେ କିମ୍ବା ଅଫିସରେ ନିଷିଦ୍ଧ  ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ  ଦିଆଯାଇଛି । ଅଫିସରେ ବ୍ୟବହାର ହେଉଥିବା  ବିଭିନ୍ନ ପ୍ରକାର କାଗଜ କପ୍‌, ପ୍ଲେଟ, ଆଦି  ଏଣେତେଣେ ନ ରଖି ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା  ପାଇଁ କୁହାଯାଇଛି । 

ଏନେଇ ଆଜି ଆୟୋଜିତ  ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମିଶନର ରାଜେଶ  ପ୍ରଭାକର ପାଟିଲ କହିଛନ୍ତି, ପ୍ରଥମେ ଆମେ  ନିଜକୁ ସୁଧାରିବା, ତା ପରେ ଅନ୍ୟକୁ କହିବା । ଏ  ଅଭ୍ୟାସକୁ ପ୍ରଥମେ ଆମେ କାର୍ଯ୍ୟକାରୀ କରିବା  ପରେ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି  ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ  କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ସାହୁ, ସସ୍ମିତା ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଗୋବିନ୍ଦ  ଚନ୍ଦ୍ର ନାୟକ, ଜୋନାଲ କମିଶନର କୈଳାସ ଚନ୍ଦ୍ର  ଦାସ, ସହକାରୀ କମିଶନର ଏନ୍‌. ଗଣେଶ ବାବୁ  ପ୍ରମୁଖ ଥିଲେ । ଏହି ଅବସରରେ କାର୍ଯ୍ୟାଳୟରେ  କିପରି ଜିରୋ ୱେଷ୍ଟ ରକ୍ଷା କରାଯାଇ ପାରିବ,  ସେ ସଂପର୍କରେ ପୁଣେସ୍ଥିତ ଆସେରା ସୋସିଆଲ  ଫାଉଣ୍ଡେସନ ପକ୍ଷରୁ ଅର୍ଚ୍ଚନା ମୋରେ ଏକ  ବୃତ୍ତଚିତ୍ର ଉପସ୍ଥାପନା କରିଥିଲେ ।

ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.