ଭୁବନେଶ୍ୱର ୧୭/୧୨: ବିଏମ୍ସି ପାଣି ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀଙ୍କ ଗଲା ଜୀବନ। ଭୁବନେଶ୍ୱର ପଳାସପଲ୍ଳୀ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କାରଗିଲ ବସ୍ତି ଅଞ୍ଚଳର ଜଣେ ଶୁଖୁଆ ବେପାରୀ ହୋଇଥିବା ସୂଚନା ମିଳିଛି। ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି। ବିଏମସି ପାଣି ଟାଙ୍କି ଗାଡ଼ିକୁ ଜବତ କରି ତଦନ୍ତ କରୁଛି ପୋଲିସ।