ଭୁବନେଶ୍ବର, ୧୭।୧୦ : ଦୁର୍ଘଟଣାରେ ବିଏମଡବ୍ଲ୍ୟୁ ଚୁରମାର । ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ୍ ନିକଟ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା। ଗାଡିଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଯାଇଥିଲା। ଏପରିକି ଅଧ ବାଟ ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲା ବିଏମଡବ୍ଲ୍ୟୁ ।
ତେବେ ବିଏମଡବ୍ଲ୍ୟୁ ଗାଡ଼ିଟି କିଏ ଚଳାଉଥିଲେ ତାହା ଜଣାପଡ଼ିନାହିଁ । ଦୁର୍ଘଟଣା ପରେ ଗାଡ଼ି ଚଳାଉଥିବା ଲୋକ ଜଣକ ଫେରାର ହୋଇଯାଇଛନ୍ତି । ଏହି ଦୁର୍ଘଟଣାରେ ଅନ୍ୟ କାହାର କିଛି କ୍ଷତି ହୋଇନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ଘଟଣାର ତଦନ୍ତ କରୁଛି।