ଚିକିଟି ୩୦/୧୦ : ଗଞ୍ଜାମ ଜିଲ୍ଲା ପାତିସୁନାପୁର ସମୁଦ୍ରରେ ଶୁକ୍ରବାର ଅପରାହ୍ଣରେ ଏକ ବ଼ଡ ଅଘଟଣ ଘଟିଛି । ସମୁଦ୍ରରୁ କୂଳକୁ ଫେରୁଥିବା ବେଳେ ଏକ ଡଙ୍ଗା ତଟ ଠାରୁ ଅଳ୍ପ ଦୂରରେ ଓଲଟି ପଡ଼ିଥିଲା। ଏଥିରେ ପାତିସୁନାପୁର ଗ୍ରାମର ୧୧ ଜଣ ସାମୁଦ୍ରିକ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ଏକ ଦେଶୀ ଡଙ୍ଗାରେ ମାଛ ଧରିବକୁ ସକାଳୁ ସମୁଦ୍ରକୁ ଯାଇଥିଲେ। ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ୨ ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି। ଗ୍ରାମବାସୀ ଓ ଅନ୍ୟ ମତ୍ସ୍ୟଜୀବୀ ମାନେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାକୁ ଅନ୍ୟ ଡଙ୍ଗା ଓ ରଶି ଦ୍ୱାରା ଟାଣି ଟାଣି କୂଳକୁ ଆଣିଛନ୍ତି। ଧରିଥିବା ମାଛ ଓ ଜlଲ ସମୁଦ୍ରରେ ଭାସିଯିବା ସହ ଡ଼ଙ୍ଗାଟି ମଧ୍ୟ ସାମାନ୍ୟ ନଷ୍ଟ ହୋଇଛି।