ପାନ୍ନା,୧୯ ।୧(ଏଜେନ୍ସି): ମଧ୍ୟପ୍ରଦେଶର ପାନ୍ନା ଜିଲାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ବସ୍ରେ ଯାତ୍ରା କରୁଥିବା ଜଣେ ମହିଳା ଝରକା ଦେଇ ବାନ୍ତି କଲାବେଳେ ତାଙ୍କ ମୁଣ୍ଡ ଛିଣ୍ଡିଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଉକ୍ତ ମହିଳାଙ୍କର ମୁଣ୍ଡ ରାସ୍ତା କଡ଼ରେ ଥିବା ଏକ ଖୁଣ୍ଟରେ ପିଟି ହୋଇଯାଇଥିଲା । ବସ୍ଟି ଦ୍ରୁତ ଗତିରେ ଚାଲୁଥିବାରୁ ତାଙ୍କ ମୁଣ୍ଡ ଏତେ ଜୋରରେ ସେଇ ଖୁଣ୍ଟରେ ବାଡେଇ ହୋଇଥିଲା ଯେ, ତାହା ତାଙ୍କ ଦେହରୁ ଅଲଗା ହୋଇ ରାସ୍ତା ଉପରେ ପଡିଥିଲା । ମୃତ ମହିଳାଙ୍କ ପରିଚୟ ଆଶା ରାଣୀ (୫୬ ବର୍ଷ) ବୋଲି ଜଣାପଡିଛି । ସେ ସତ୍ନା ଜିଲାରୁ ପାନା୍ନ ଜିଲାକୁ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା । ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟରେ ପୁଲିସ ଏହି ଘଟଣାରେ ଉକ୍ତ ବସ୍ର ଡ୍ରାଇଭରକୁ ଦାୟିତ୍ୱହୀନ ଭାବେ ଗାଡି ଚଳାଇବା ଅଭିଯୋଗରେ ଗିରଫ କରିଛି ।

ନିର୍ବାଚନ ଫଳାଫଳ ପୂର୍ବରୁ ସିଏମ୍ ଶିବରାଜ ଡାକିଲେ କ୍ୟ...