ରାୟଗଡ଼(ଗଜପତି),୨/୧୨ : ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ସକାଳୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି l ସକାଳୁ ସ୍ଵାସ୍ଥ୍ଯକେନ୍ଦ୍ରର ସିକ୍ୟୁରିଟି ନବଜାତ ଶିଶୁପୁତ୍ରଟିକୁ କେହି ଫିଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ। ସେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ ସବିର ବଳଙ୍କୁ ଜଣାଇଥିଲେ।

ରାୟଗଡ଼ ଥାନା ଅଧିକାରୀ କମଳା ଚୌଧୁରୀ ଘଟଣାସ୍ଥଳରେ ପହଂଚି ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରି କେଶ୍ ନଂ ୧୧/୨୫ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି I ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଇଥିବା ଜଣାପଡ଼ିଛି । ଜନ୍ମିତ ଶିଶୁଟିକୁ କେହି ମେଡ଼ିକାଲ ପରିସରରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି l