ବୌଦ୍ଧ ମହାନଦୀ ବ୍ରିଜ ଛକରେ ଜଳିଗଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ୯ ତୀର୍ଥ ଯାତ୍ରୀ

ବୌଦ୍ଧ ୯ା୧୨ : ପୁରୀରୁ ମହାରାଷ୍ଟ୍ରକୁ ଫେରୁଥିବା ଏକ ବୋଲେରୋ ଗାଡି ବୌଦ୍ଧ ମହାନଦୀ ବ୍ରିଜଛକଠାରେ ହଠାତ ଜଳି ଯିବା ଯୋଗୁଁ ଗାଡିରେ ଥିବା ୯ ଜଣ ତୀର୍ଥ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ ମହାରାଷ୍ଟ୍ରର ୯ ଜଣ ତୀର୍ଥଯାତ୍ରୀ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ମହାରାଷ୍ଟ୍ର ଫେରୁଥିବା ସମୟରେ ବୌଦ୍ଧ ମହାନଦୀ ବ୍ରିଜଛକଠାରେ ହଠାତ ଗାଡିରେ ନିଆଁ ଲାଗି ଯାଇଥିଲା । ଯାତ୍ରୀମାନେ ଗାଡିରୁ ଓହ୍ଳାଇ ନିଜର ଜୀବନ ବଞ୍ଚାଇଥିବାବେଳେ ଗାଡିଟି ପୋଡି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାଯାଇଛି । ବୌଦ୍ଧ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିବାବେଳେ ଯାତ୍ରୀମାନେ ସଂପୁର୍ଣ୍ଣ ସୁରକ୍ଷିତ ଥିବା ଜଣାଯାଇଛି । ତେବେ ଗାଡିରେ ଅଗ୍ନିକାଣ୍ଡର କାରଣ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।