PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କାର ଦୁର୍ଘଟଣାରେ ଲୋକପ୍ରିୟ ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ, ଡ୍ରାଇଭର ଫେରାର

ମୁମ୍ବାଇ ୧୯।୭: ଟେଲିଭିଜନ ଦୁନିଆଁର ଲୋକପ୍ରିୟ ଶିଶୁ କଳାକାର ଶିବ ଲେଖ ସିଂହଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶିବଲେଖଙ୍କର ବୟସ ମାତ୍ର ୧୪ ବର୍ଷ। ‘ସଙ୍କଟମୋଚନ ହନୁମାନ’, ‘ବାଲବୀର’ ଓ ‘ଶଶୁରାଲ ସିମରା କା’ ଭଳି ଅନେକ ହିନ୍ଦୀ ଧାରାବାହିତ କାମ କରିଛନ୍ତି। ବେଷ୍ଟ ଗ୍ରାମେବାଜ ଭଳି କିଛି ରିଆଲିଟି ସୋ’ରେ ବି ଅଂଶଗ୍ରହଣ କରି ବେଶ୍ ପ୍ରଶଂସିତ ହୋଇଥିଲେ ଶିବଲେଖ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୩ଟା ବେଳେ ଏକ କାରରେ ସେ ନିଜ ପିତାମାତାଙ୍କ ସହ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାକୁ ଛତିଶଗଡ଼ର ରାୟପୁରରୁ ବିଳାସପୁର ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଏଥିରେ ଶିବଲେଖ ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଅପରପକ୍ଷରେ ଏହି କାରରେ ଶିବଲେଖଙ୍କ ପିତା ଶିବେନ୍ଦ୍ର ସିଂହ , ମାତା ଲେଖନା ଗୁରୁତର ଆହତ ହୋଇଛନ୍ତି। ରାୟପୁର ଏସପି ଆରିଫ ଶେଖଙ୍କ କହିବା ଅନୁଯାୟୀ ନବୀନ ସିଂହ ନାମକ ଜଣେ ବ୍ୟକ୍ତି ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ତେବେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ଅଛି ବୋଲି ପୁଲିସ ସୂଚନା ଦେଇଛି।