ଶମଶେରାର ପ୍ରଥମ ଗୀତ ‘ଜି ହୁଜୁର’ ରିଲିଜ୍, ପିଲାମାନଙ୍କ ସହ ଦମଦାର ଡ୍ୟାନ୍ସ କଲେ ରଣବୀର

ନୂଆଦିଲ୍ଲୀ, ୨୯/୦୬ : ରିଲିଜ୍ ହେଲା ରଣବୀର କପୁରଙ୍କ ଅପକମିଂ ଫିଲ୍ମ ଶମଶେରାର ପ୍ରଥମ ଗୀତ ଜି ହୁଜୁର। ଏହି ଗୀତରେ ରଣବୀର ଛୋଟ ଛୋଟ ପିଲାଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଜି ହୁଜୁରରେ ରଣବୀରଙ୍କ ଡ୍ୟାନ୍ସ ଷ୍ଟେପ୍ ଏବଂ ଏନର୍ଜି ଦେଖିଲେ ଆପଣ ମଧ୍ୟ ଦିୱାନା ହୋଇଯିବେ। ତେବେ ରଣବୀର ତାଙ୍କର ଫିଲ୍ମ କ୍ୟାରିଅରରେ ପ୍ରଥମ ଥର ପାଇଁ ଡବଲ ରୋଲ୍ରେ ନଜର ଆସିବେ।
ଯଶ ରାଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଶମଶେରାର ଗୀତ ଜି ହଜୁରରେ ରଣବୀର କପୁର ଗ୍ରାଣ୍ଡ ଏଣ୍ଟ୍ରି ମାରିଛନ୍ତି। ଏହାପରେ ରଣବୀରଙ୍କ ଡ୍ୟାନ୍ସ ଷ୍ଟେପ୍କୁ କୁନି କୁନି ପିଲାମାନେ କପି କରୁଛନ୍ତି। ଜି ହୁଜୁର ଗୀତକୁ ଆଦିତ୍ୟ ନାରାୟଣଙ୍କ ସହ ଶାଦାବ ଫରିଦି ଗାଇଛନ୍ତି। ଚିନ୍ନି ପ୍ରକାଶ ଏହି ଗୀତରେ କୋରିଓଗ୍ରାଫି କରିଥିବା ବେଳେ ମିଥୁନ ପ୍ରଡ୍ୟୁସ୍ କରିଛନ୍ତି। ତେବେ ଜି ହୁଜୁର ରିଲିଜ୍ ହେବା ପରେ ସୋସିଆଲ୍ ମିଡିଆରେ ଛାଇଯାଇଛି। ରଣବୀରଙ୍କ ଫ୍ୟାନ୍ସ ଏହାକୁ ଖୁବ୍ ପସନ୍ଦ କରିଛନ୍ତି।
ଫିଲ୍ମ ଶମଶେରାରେ ରଣବୀର କପୁରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ବାଣୀ କପୁର, ସୌରଭ ଶୁକ୍ଳା, ରୋନିତ ରୟଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି। ୨୦୨୨ ଜୁଲାଇ ୨୨ରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି।