ଭାଇରାଲ ହେଲା ସନ୍ନି ଲିଓନିଙ୍କ ଆଉ ଏକ ଭିିଡିଓ

ମୁମ୍ବାଇ ୨୩/୬: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସନ୍ନି ଲିଓନି ଭୋଜପୁରୀ କହୁଥିବା ନଜର ଆସୁଛନ୍ତି । ଭିଡିଓରେ ସେ ନିଜ କାନ୍ଧରେ ବ୍ଯାଗ୍ ଟଙ୍ଗାଇଛନ୍ତି ଏବଂ କହୁଛନ୍ତି ‘ କା ବେ କାମ କରୋ, ମୁଝେ ଛୋଡ’ । ଯଦି ଆପଣ ଏହା ଭାବି ଚିନ୍ତା କରୁଛନ୍ତି ଯେ ସନ୍ନି କାହିଁକି ଭୋଜପୁରୀ କାହିଁକି ଶିଖୁଛନ୍ତି । ସେ କୌଣସି ଭିଜୋପୁରୀ ଫିଲ୍ମରେ ଏଣ୍ଟ୍ରି ମାରୁନାହାଁନ୍ତି ତ ? ତେବେ କହିରଖୁଛୁ ସନ୍ନି ଲିଓନି ଭୋଜପୁରୀ ଫିଲ୍ମ ଶିଖୁଛନ୍ତି କାରଣ ସେ ନିଜ ଆଗାମୀ ଫିଲ୍ମ ‘କୋକା କୋଲା’ ପାଇଁ ପ୍ରସ୍ତୁତି କରୁଛନ୍ତି ।
ଲାଗୁଛି ଯେ ସନ୍ନି ଏହି ଭାଷାକୁ ପ୍ରାକ୍ଟିସ୍ କରିବାରେ ଲାଗିପଡିଛନ୍ତି । ନିଜ ଆଗାମୀ ଫିଲ୍ମମ ପାଇଂ ସେ ୟୁପି ଓ ବିହାରୀ ଭାଷାରେ କଥା ହେଉଥିବା ନଜର ଆସୁଛନ୍ତି । ଏବେ ସେ ଫିଲ୍ମର ସୁଟିଂ ପାଇଁ ୟୁପିରେ ପହଞ୍ଚିଛନ୍ତି ।
ସନ୍ନିଙ୍କ ଏହି ଫିଲ୍ମ ଏକ ହରର କମେଡି ଫିଲ୍ମ । ସନ୍ନି ଏହି ଫିଲ୍ମ ବ୍ଯତୀତ ଆଉ ଏକ ନୂଆ ବିଜନେସକୁ ନେଇ ମଧ୍ଯ ଚର୍ଚ୍ଚାରେ ଅଛନ୍ତି । ସନ୍ନି ‘ଦ ଆର୍ଟ ଫ୍ଯୁଜନ’ ନାମରେ କିଛି ନୂଆ କରିବାକୁ ଯାଉଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ଦେଇଥିଲେ । ସେ ଲେଖିଥିଲେ ଯେ ‘ଯଦି ଆପଣ ଜୀବନରେ କିଛି ନୂଆ କରିବାକୁ ଚାହୁଁଛନ୍ତି ତେବେ ଆଗକୁ ବଢନ୍ତୁ । ଚେଷ୍ଟା କରନ୍ତୁ, ହୁଏତ ଆପଣ ସଫଳ ହେବେ କିମ୍ବା ବିଫଳ ହୋଇଯିବେ । କିନ୍ତୁ ଆପଣ ଚେଷ୍ଟା ତ କରିଥିଲେ ।‘ ତେବେ ଲାଗୁଛି ସେ ଖୁବ୍ ଶୀଘ୍ର ନିଜ ନୂଆ ବିଜନେସ୍ ଆରମ୍ଭ କରିବାକୁ ଯାଉଛନ୍ତି ।