ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ କାର୍ଯ୍ୟାଳୟକୁ ବୋମାମାଡ ଧମକ, ପାକିସ୍ତାନୀ ନମ୍ବରରୁ ଆସିଛି ଧମକପୂର୍ଣ୍ଣ ମେସେଜ୍…

Published By : Ladu Kishor | February 28, 2025 6:42 PM

ନୂଆଦିଲ୍ଲୀ: ପାକିସ୍ତାନ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତି ନେଉନାହିଁ। ଦେଶର ଜନତା ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଏହା କ୍ରମାଗତ ଭାବରେ ଅପରାଧ ବୃଢାଇବାରେ ଲାଗିଛି। ଭାରତର ବର୍ଦ୍ଧିତ ଶକ୍ତି ଦେଖି ପଡ଼ୋଶୀ ଦେଶ ଗୁଡ଼ିକ ଏବେ ବିଚଳିତ ହୋଇ ପଡିଛନ୍ତି। ଏବେ ମୁମ୍ବାଇ ଟ୍ରାଫିକ୍ ପୋଲିସର ହ୍ୱାଟସଆପ୍ ହେଲ୍ପଲାଇନ୍‌ରେ ଏକ ପାକିସ୍ତାନୀ ନମ୍ବରରୁ ଏକ ମେସେଜ ଆସିଛି, ଯେଉଁଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ କାର୍ଯ୍ୟାଳୟକୁ ବୋମା ମାଡ଼ କରିବାକୁ ଧମକ ଦିଆଯାଇଛି। ଯାହା ପରେ ପୋଲିସ ଟିମ୍ ଏବେ ଆଲର୍ଟ ହୋଇଛି । 

ଗୁରୁବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ ନିଜକୁ ମାଲିକ ଶାହବାଜ ରଜା ବୋଲି ଦର୍ଶାଇ ଜଣେ ବ୍ୟକ୍ତି ଗୁରୁବାର ଏହି ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ, ଯାହା ପରେ ୱର୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା। "ଧମକପୂର୍ଣ୍ଣ ମେସେଜଟି ଇଂରାଜୀରେ ଅଛି,ଅଧିକାରୀ ଜଣକ କହିଛନ୍ତି। ଆଉ ଏହା ପରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । 

ପୂର୍ବରୁ ମୁମ୍ବାଇ ଟ୍ରାଫିକ୍ ପୋଲିସ ହେଲ୍ପଲାଇନ୍‌ରେ ମଧ୍ୟ ସମାନ ମେସେଜ୍ ପଠାଯାଇଛି। ଗତ ବର୍ଷ ନଭେମ୍ବରରେ ଅଭିନେତା ସଲମାନ ଖାନଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦିଆଯାଇଥିଲା ଏବଂ ବଦଳରେ ୫ କୋଟି ଟଙ୍କା ଦାବି କରାଯାଇଥିଲା । ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏକ ଧମକପୂର୍ଣ୍ଣ ମେସେଜ ମଧ୍ୟ ପଠାଯାଇଥିଲା, ଯାହା ପରେ ଝାଡ଼ଖଣ୍ଡର ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଥିଲା। ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଏକ ମେସେଜ ପଠାଯାଇଥିଲା, ଯାହା ପରେ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.