PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ବଢିଲା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଡୁଆ, ଡିସେମ୍ବର ୮ରେ ବମ୍ବେ ହାଇକୋର୍ଟ କରିବେ ଶୁଣାଣି…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମସ୍ୟା ବଢିବାରେ ଲାଗିଛି । ବମ୍ବେ ହାଇକୋର୍ଟ ତାଙ୍କ ବିରୋଧରେ ଥିବା ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଡିସେମ୍ବର ୮ ରେ ଏହି ମାମଲାର ଶୁଣାଣି ହେବ । ଏହି ପିଟିସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟତୀତ ତାଙ୍କ ପତ୍ନୀ ରଶ୍ମୀ ଠାକରେ ଏବଂ ପୁଅ ଆଦିତ୍ୟ ଠାକରେଙ୍କ ନାମ ରହିଛି । ଏହି ତିନିଜଣଙ୍କ ବିରୋଧରେ ସିବିଆଇ ଏବଂ ଇଡି ତଦନ୍ତ ଦାବି କରିଛନ୍ତି ।

ମୁମ୍ବାଇ ବାସିନ୍ଦା ଗୌରୀ ଭୀଡଙ୍କ ପିଟିସନରେ ଦର୍ଶାଯାଇଛି ଯେ, ଶିବସେନା ସୁପ୍ରିମୋ, ତାଙ୍କ ପୁଅ ଆଦିତ୍ୟ ଏବଂ ରଶ୍ମୀ ନିଜ ଆୟର ସରକାରୀ ଉତ୍ସ ଭାବରେ କୌଣସି ନିର୍ଦ୍ଦିଷ୍ଟ ସେବା, ବୃତ୍ତି ଏବଂ ବ୍ୟବସାୟକୁ ପ୍ରକାଶ କରିନାହାଁନ୍ତି  । ତଥାପି ସେମାନଙ୍କ ପାଖରେ ମୁମ୍ବାଇ, ରାୟଗଡରେ ଯେଉଁ ସମ୍ପତ୍ତି ଅଛି ତାହା କୋଟି କୋଟି ଟଙ୍କାର ବୋଲି ଜଣାପଡିଛି । ଏହି ଆବେଦନରେ ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ ଠାକରେ ବେଆଇନ ଭାବେ ସମ୍ପତ୍ତି ଏକାଠି କରିଛନ୍ତି । କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ବାରା ତାଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣରୁ ଏହା ସ୍ପଷ୍ଟ ହୋଇଛି ଯେ କୌଣସି ନା କୌଣସି ସ୍ଥାନରେ ତାଙ୍କର ବେଆଇନ୍ ସମ୍ପତ୍ତି ଠୁଳ ହୋଇ ରହିଛି ।

ଏହା ପୂର୍ବରୁ ଏହି ମାମଲାର ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ନିଜକୁ ଦୂରେଇ ରଖିଥିଲେ । ବେଞ୍ଚ କହିଥିଲେ ଯେ, ଏହି ମାମଲା ଅନ୍ୟ ଉପଯୁକ୍ତ ବେଞ୍ଚ ସମ୍ମୁଖରେ ରଖାଯିବ ।

ସମ୍ବନ୍ଧିତ ଖବର