କଟକ,୧୩/୦୨: ଭୁବନେଶ୍ୱର ପରେ ଏବେ କଟକବାସୀ ମଧ୍ୟ ଖାଦ୍ୟପେୟରେ ମାୟାନଗରୀ ମୁମ୍ବାଇର  ଅନୁଭୂତି ପାଇପାରିବେ । କଟକ ସିଡିଏ ସେକ୍ଟର ୧୧ରେ ନିଆରା ସାଜସଜ୍ଜାକୁ ନେଇ ଖୋଲିଛି ଲୋକପ୍ରିୟ କାଫେ ଓ  ରେଷ୍ଟୁରାଣ୍ଟ୍‌ ‘ବମ୍ବାଇ ହାଉସ୍‌’ । ବାରବାଟୀ-କଟକ ବିଧାୟିକା  ଇଂ. ସୋଫିଆ ଫିର୍ଦ୍ଦୋସ୍‌ ଓ ଅଭିନେତା ଶୁଭାଶିଷ ଶର୍ମା ଅତିଥି  ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । 

ରାଜଧାନୀ ଭୁବନେଶ୍ୱର ନାଲ୍‌କୋ ଛକସ୍ଥିତ ଦ’  ବମ୍ବାଇ ହାଉସ୍‌ କାଫେ ଓ ରେଷ୍ଟୁରାଣ୍ଟ୍‌ ଇତିମଧ୍ୟରେ ବେଶ୍‌  ଲୋକପ୍ରିୟତା ହାସଲ କରିଛି । ଏହି ରେଷ୍ଟୁରାଣ୍ଟ୍‌ରେ ମୁମ୍ବାଇର ଚାଲିଚଳଣିକୁ ନେଇ ସ୍ୱତନ୍ତ୍ର ସାଜସଜ୍ଜା ରହିଛି । ତାହାକୁ  ଭୁବନେଶ୍ୱରବାସୀ ପସନ୍ଦ କରିବାରୁ ଏହାର ପ୍ରତିଷ୍ଠାତା ଜୟ ଦାଶ ଓ ସହପ୍ରତିଷ୍ଠାତା ସୁମା ଦାଶ କଟକରେ ଖୋଲିବାକୁ  ନିଷ୍ପତ୍ତି ନେଇଥିଲେ । ରେଷ୍ଟୁରାଣ୍ଟ୍‌ରେ ମାୟାନଗରରୀ  ମୁମ୍ବାଇର ସାଜସଜ୍ଜା ସହ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର  ଜୋନ୍‌ ରହିଛି । କଟକିଆଙ୍କ ମନ ପସନ୍ଦର ଖାଦ୍ୟ ଏଠାରେ ମିଳିପାରିବ ଓ ସବୁ ବର୍ଗର ଲୋକଙ୍କୁ ସୁହାଇବା ଭଳି  ଦରଦାମ୍‌ ରହିଛି ବୋଲି ପ୍ରତିଷ୍ଠାତା ଶ୍ରୀ ଦାଶ କହିଛନ୍ତି ।