ଭୁବନେଶ୍ବର,୧୦।୯ :  ଏଣିକି ସହଜ ହେଲା ଭୁବନେଶ୍ୱରରେ ଥିବା ରବିନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ସୂଚନା ଭବନର ବୁକିଙ୍ଗ ଏଥିପାଇଁ ବୁଧବାର ୱେବସାଇଟ ସଂସ୍କୃତି ବିଭାଗ ପକ୍ଷରୁ ଲଞ୍ଚ କରାଯାଇଛି ୱେବସାଇଟ କୁ ଯାଇ ସହଜରେ ମଣ୍ଡପ ବୁକ୍ କରିପାରିବେ, ଆବଶ୍ୟକ ପଡିଲେ ରିଫଣ୍ଡ ବି କରି ପାରିବେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚିତ କରିଛନ୍ତି

ଏହାଛଡା ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ୱେବ୍ସାଇଟ କୁ ମଧ୍ୟ ମନ୍ତ୍ରୀ ଉନ୍ମୋଚନ କରିଛନ୍ତି ଏହି ଟି ଏକାଡେମୀ ସବୁ ତଥ୍ୟ ସାଧାରଣ ଲୋକମାନେ ୱେବସାଇଟରୁ ପାଇପାରିବେ ଭୁବନେଶ୍ୱର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା "ମୋ ସ୍ବପ୍ନର ଓଡ଼ିଶା-୨୦୩୬" କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଉନ୍ମୋଚିତ କରିଛନ୍ତି ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା  

ଏହି କାର୍ଯ୍ୟକ୍ରମ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ୧୫  ଜଣ ସ୍ବେଛାସେବୀଙ୍କୁ ସମ୍ମାନିତ କରାଯାଇଛି ଏହି ୧୫ ଜଣ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ସର୍ବ ପ୍ରଥମେ ନିଜ ଆଡୁ ସିଧାସଳଖ ଯୋଡି ହୋଇଥିଲେ ତେଣୁ ଭାରତ ସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା ଏହାଛଡା ଚିତ୍ରକଳା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା