ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ

Published By : Ankita S | November 23, 2024 10:07 AM

ପର୍ଥ,୨୩/୧୧: ବର୍ଡର-ଗାଭାସ୍କର ଟ୍ରଫି ଟୁର୍ଣ୍ଣାମେଣ୍ଟର ପ୍ରଥମ ଇନିଂସ ପ୍ରଥମ ପାଳିରେ ବ୍ୟାଟର ବିଫଳ ହେଲେ ମାତ୍ର ବୋଲର ମ୍ୟାଚକୁ କଣ୍ଟୋଲକୁ ଆଣିଛନ୍ତି । ଭାରତୀୟ ବୋଲରଙ୍କ ବିସ୍ଫୋରକ ବୋଲିଂ ଦେଖିବାକୁ ମିଳିଛି । ଦ୍ବିତୀୟ ଦିନରେ କଙ୍ଗାରୁ ଦଳର ସବୁ ୱିକେଟ ପୋଛି ନେଲେ ଭାରତୀୟ ଦଳର ପେସ୍ ବାହିନୀ । ଅଷ୍ଟ୍ରେଲିଆ ୧୦୪ ରନ କରି ଅଲଆଉଟ ହୋଇଛି । ଭାରତ ପ୍ରଥମ ପାଳିରେ ୪୬ରନରେ ଆଗୁଆ ରହିଛି । ଯଶପ୍ରୀତ ବୁମରା ସର୍ବାଧିକ ୫ଟି ୱିକେଟ ହାସଲ କରିଛନ୍ତି । ହର୍ଷିତ ରାଣା ୩ଟି ୱିକେଟ ନେଇଛନ୍ତି ।

ଅପ୍ଟସ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଥିଲା । ଭାରତ ପ୍ରଥମ ଇନିଂସରେ ୧୫୦ ରନ କରି ଅଲଆଉଟ ହୋଇଥିଲା । ଅଷ୍ଟ୍ରେଲିଆ ପାଳି ଆରମ୍ଭ କରିଥିଲା । ପେସ୍ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ମ୍ୟାଚକୁ ଅକ୍ତିଆର କରିଥିଲା ଭାରତ । ଯଶପ୍ରୀତ ବୁମରା ଓ ସାଥୀ ପେସ୍ ବୋଲରଙ୍କ ଦମଦାର ବୋଲିଂ ଆଗରେ ତିଷ୍ଠି ପାରିନଥିଲା । ସୁଇଂ ବୋଲିଂର ମୁକାବିଲା କରିପାରିନଥିଲେ କଙ୍ଗାରୁ ଦଳ । ଘରୋଇ ଦଳ ୬୭ ରନରେ ୭ଟି ୱିକେଟ ହରାଇ ସାରିଥିଲା । ଆଲେକ୍ସି କ୍ୟାରୀ ୧୯ ଓ ମିଚେଲ ଷ୍ଟାର୍କ ୬ରନ ଆପରାଜିତ ରହିଥିଲେ । ଆଜି ଦ୍ବିତୀୟ ଦିନ ଖେଳ ଆରମ୍ଭ ହୋଇଥିଲା ।

ଦ୍ବିତୀୟ ଦିନ ଆରମ୍ଭରୁ ଆଲେକ୍ସି କ୍ୟାରୀ ୨୧ ରନ କରି ଆଉଟ ହୋଇଥିଲେ । ବୁମରାଙ୍କ ବଲରେ ଶିକାର ହୋଇଥିଲେ ଆଲେକ୍ସ । ଏହାପରେ ନାଥମ ଲାଏଲ ହର୍ଷିତଙ୍କ ଶିକାର ହୋଇଥିଲେ । ୫ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ପୁଣି ମିଚେଲ ଷ୍ଟାର୍କଙ୍କୁ ଆଉଟ କରିଥିଲେ ହର୍ଷିତ । ଅଷ୍ଟ୍ରେଲିଆ ତାର ପ୍ରଥମ ପାଳିରେ ୧୦୪ରନ କରି ଅଲଆଉଟ ହୋଇଛି । ଭାରତ ୪୬ ରନରେ ଆଗୁଆ ରହିଛି ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.