PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୨୦୨୦ ସେପ୍ଟେମ୍ବର ସୁଦ୍ଧା ରାୟଗଡ଼ାରେ ବଟ୍‌ଲିଂ ପ୍ଲାଣ୍ଟ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍‌ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ରାୟଗଡ଼ାଠାରେ ନୂଆ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ ସ୍ଥାପନ କରିବ । ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର କ୍ଷମତା ବିଶିଷ୍ଟ ଏହି ବଟ୍‌ଲିଂ ପ୍ଲାଣ୍ଟ ଓଡ଼ିଶାରେ ଏଚ୍‌ପିସିଏଲ୍‌ର ଦ୍ୱିତୀୟ ପ୍ଲାଣ୍ଟ ହେବ । ଏଥିପାଇଁ କମ୍ପାନି ୯୧ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଫେବ୍ରୁଆରୀ ୧୯ରେ ପ୍ରସ୍ତାବିତ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଏଚ୍‌ପିସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ତାନ ପେଟ୍ରୋଲିୟମର ଉପ ମହାପ୍ରବନ୍ଧକ (ଭୁବନେଶ୍ୱର ଏଲ୍‌ପିଜି ଅଞ୍ଚଳ) ଧର୍ମେନ୍ଦ୍ର ବେହୁରା କହିଛନ୍ତି, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୯ ତାରିଖରେ ରାୟଗଡ଼ାରେ ପ୍ରସ୍ତାବିତ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏ ଅବସରରେ କୋରାପୁଟ ସାଂସଦ ଝିନ ହିକକା, ରାୟଗଡ଼ା ବିଧାୟକ ଲାଲ୍‌ ବିହାରି ହିମିରିକା ଉପସ୍ଥିତ ରହିବେ ।
ରାୟଗଡ଼ାରେ ନୂଆ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ ପାଇଁ ସରକାର ୨୧ ଏକର ଜମି ଯୋଗାଇ ଦେଇଛନ୍ତି । ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ସ୍ଥାପନ ପାଇଁ ଏଚ୍‌ପିସିଏଲ୍‌ ୯୧ କୋଟି ଟଙ୍କା ନିବେଶ କରିବ । ୨୦୨୦ ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତାବିତ ବଟ୍‌ଲିଂ ପ୍ଲାଣ୍ଟ ଚାଲୁ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବେହୁରା କହିଛନ୍ତି ।
ସେ କହିଛନ୍ତି, ରାୟଗଡ଼ା ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାପରେ ଏଚ୍‌ପିସିଏଲ୍‌ ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନୂଆପଡ଼ା ଭଳି ୧୧ଟି ଜିଲ୍ଲାର ଗ୍ରାହକଙ୍କ ଏଲ୍‌ପିଜି ଚାହିଦା ପୂରଣ କରିପାରିବ ।
୨୦୧୪ରେ ରାଜ୍ୟରେ ୨୦ ଲକ୍ଷ ୨୨ ହଜାର ଏଲ୍‌ପିଜି ଉପଭୋକ୍ତା ଥିଲେ । ଏବେ ଏହି ସଂଖ୍ୟା ୨୭୯.୧% ବଢ଼ି ୭୬ ଲକ୍ଷ ୬୫ ହଜାରରେ ପହଞ୍ଚିଛି । ଏବେ ୩ ତୈଳ କମ୍ପାନିର ରାଜ୍ୟରେ ମୋଟ୍‌ ୪ଟି ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ ରହିଛି । ସେଗୁଡ଼ିକର ବଟ୍‌ଲିଂ କ୍ଷମତା ବାର୍ଷିକ ୨.୮୦ କୋଟି ସିଲିଣ୍ଡର ରହିଛି ।
କିନ୍ତୁ ଓଡ଼ିଶାର ଉପଭୋକ୍ତାମାନେ ଗତବର୍ଷ ୩.୨ କୋଟି ଏଲ୍‌ପିଜି ସିଲିଣ୍ଡର ବ୍ୟବହାର କରିଥିଲେ । ୨୦୨୦ ସୁଦ୍ଧା ଏହା ବୃଦ୍ଧି ଘଟି ୪ କୋଟି ୩୦ ଲକ୍ଷ ସିଲିଣ୍ଡରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଏହି ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ରାଜ୍ୟରେ ଆଉ ୩ଟି ନୂଆ ବଟ୍‌ଲିଂ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି ।
ଏବେ ଓଡ଼ିଶାରେ ଏଚ୍‌ପିସିଏଲ୍‌ର ମୋଟ୍‌ ୨୬.୬୪ ଲକ୍ଷ ଏଲ୍‌ପିଜି ଉପଭୋକ୍ତା ଅଛନ୍ତି । ସେମାନେ ବର୍ଷକୁ ୧.୩ କୋଟି ସିଲିଣ୍ଡର ବ୍ୟବହାର କରୁଛନ୍ତି । ୨୦୨୦ ସୁଦ୍ଧା ଏହା ବୃଦ୍ଧି ଘଟି ଏହା ୧.୬ ଲକ୍ଷ ସିଲିଣ୍ଡରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି ।
ସୂଚନା ଥାଉକି, ଏବେ ଏଚ୍‌ପିସିଏଲ୍‌ର ଖୋର୍ଦ୍ଧା ଜଟଣୀଠାରେ ଏକ ବାର୍ଷିକ ୧.୧୫ କୋଟି ସିଲିଣ୍ଡର କ୍ଷମତା ବିଶିଷ୍ଟ ଏକ ବଟ୍‌ଲିଂ ପ୍ଲାଣ୍ଟ ରହିଛି । ଏହି ପ୍ଲାଣ୍ଟର ଉତ୍ପାଦନ କ୍ଷମତାକୁ ଦେଢ଼ଗୁଣା କରି ବାର୍ଷିକ ୧.୭୦ କୋଟି ସିଲିଣ୍ଡରକୁ ସମ୍ପ୍ରସାରଣ କରିବାକୁ କମ୍ପାନି କାର୍ଯ୍ୟପନ୍ଥା ଆରମ୍ଭ କରିଛି । ୨୩ କୋଟି ଟଙ୍କା ବିନିଯୋଗରେ ହେଉଥିବା ଏହି ସମ୍ପ୍ରସାରଣ କାର୍ଯ୍ୟ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ଏଚ୍‌ପିସିଏଲ୍‌ ଉପମହାପ୍ରବନ୍ଧକ କହିଛନ୍ତି । ଏ ଅବସରରେ ଏଚ୍‌ପିସିଏଲ୍‌ର ବରିଷ୍ଠ ପ୍ରବନ୍ଧକ (ବିପଣନ) ତୃପ୍ତି ରଞ୍ଜନ ସାହୁ, ଜଟଣୀ ପ୍ଲାଣ୍ଟର ମୁଖ୍ୟ ପ୍ଲାଣ୍ଟ ପ୍ରବନ୍ଧକ ଅନିଲ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର