ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମାଓମୁକ୍ତ ହେବ ବୌଦ୍ଧ ଜିଲ୍ଲା, ଜୋରଦାର୍ ହେବ ଅପରେସନ : ଡିଜିପି

Published By : Rasmita Pradhan | October 18, 2024 2:27 PM

ବୌଦ୍ଧ, ୧୮/୧୦ : ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୟାଇ ବି ଖୁରାନିଆ। ଆଜି DGP ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ଜିଲ୍ଲାରେ ଥିବା BSF ଓ SOg କ୍ୟାମ୍ପକୁ ପରିଦର୍ଶନ କରିଛନ୍ତି। ସେଠାରେ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି। ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଥାନା ଅଧିକାରୀଙ୍କ ସହ ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିବା ସହିତ ଆଗାମୀ ଦିନରେ ଜିଲ୍ଲାରୁ କିଭଳି ଭାବେ ମାଓମୁକ୍ତ କରାଯିବ ସେନେଇ ଆଲୋଚନା କରିଛନ୍ତି।

ଏନେଇ ଡିଜିପି କହିଛନ୍ତି ଯେ, ଜିଲ୍ଲାରେ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ମାଓ ଅପରେସନ ଜାରି ରହିଛି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ। ବୌଦ୍ଧ ଜିଲ୍ଲାକୁ ମାଓମୁକ୍ତ କରାଯିବ। ଏଥିସହିତ ବୌଦ୍ଧ ଜିଲ୍ଲା ଗଞ୍ଜେଇ ପ୍ରବଣ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ସହିତ ଆଗାମୀ ଦିନରେ ଜିଲ୍ଲାରୁ ସମ୍ପୂଣ୍ଣ ଭାବେ ଗଞ୍ଜେଇ ଚାଷକୁ ବିଲୁପ୍ତ କରିବା ଦିଗରେ ପୋଲିସ ପଦକ୍ଷେପ ଗ୍ରହଣ କରିବ ବୋଲି DGP ପ୍ରତିକ୍ରିୟା ଦେଇଛନ୍ତି। ଆଜିର ଏହି ସମୀକ୍ଷା ବୈଠକରେ ଅପରେସନ ଆଇଜି ଜୟନାରାୟଣ ପଙ୍କଜ, ସ୍ବତନ୍ତ୍ର ଗୁଇନ୍ଦା DIG କନୱର ବିଶାଳ ସିଂ, ଦକ୍ଷିଣାଞ୍ଚଳ DIG ସାର୍ଥକ ଷଡ଼ଙ୍ଗୀ ଓ ବୌଦ୍ଧ ଏସପି ନାଗରାଜ ଦେବାରକୋଣ୍ଡାଙ୍କ ସମେତ ସମସ୍ତ ଥାନା ଅଧିକାରୀ ସାମିଲ ହୋଇଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.