PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା, ୨ ମୃତ ୩ ଆହାତ

ବାଉଁଶୁଣୀ, ୨୪/୦୫ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଥାନା କମଳପୁର ନିକଟରେ ଦୁର୍ଘଟଣା। ବୁଧବାର ସକାଳ ୩ ଟାରେ ଏକ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ‌ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବାଉଁଶୁଣୀ ଥାନା ପୋଲିସ ଏକ ବୋଲେରୋ OD 03 E 5163 ଭଡ଼ା ନେଇ କଟକକୁ ଏକ ୱ।ରେଣ୍ଟିର ସନ୍ଧାନରେ ଯାଇ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାର୍ବଲ ପଥର ବୋଝେଇ ଟ୍ରକ୍ OD 25 M 0095 ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବୋଲେରୋ ଡ଼୍ରାଇଭର ବାଉଁଶୁଣୀ ଗଡ ଭିତର ଗ୍ରାମର ପ୍ରଶାନ୍ତ ରଣା ଓ ଗାଡ଼ିରେ ବସିଥିବା ବାଉଁଶୁଣୀ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଜଗନ୍ନାଥ ମେହେରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଥାନା ଏଏସଆଇ ନାଗାରାଜ ପ୍ରଧାନ ଓ ସୁଶାନ୍ତ ସାହୁ ଓ ଉଦୟନାଥ ଜାନୀ ଗୁରୁତର ଆହତ ହୋଇଛନ୍ତି। ଉଭୟ ଗୁରୁତର ଓ ମୃତ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବୌଦ୍ଧ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ନାଗାରାଜ ପ୍ରଧାନ ଓ ସୁଶାନ୍ତ ସାହୁଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ପଠାଯାଇଥିଲା ଓ ଉଦୟନାଥ ଜାନୀ ସୁସ୍ଥ ଥିବା ଜଣାପଡିଛି ।

ଘଟଣାସ୍ଥଳରେ ବାଉଁଶୁଣୀ ଥାନା ଅଧିକାରୀ ଅରୁଣ ସିଂଙ୍କ ସମେତ ସମସ୍ତ କର୍ମଚାରୀ, ବାଉଁଶୁଣୀ ଡ଼୍ରାଇଭର ମହାସଂଘର ସମସ୍ତ କର୍ମକର୍ତ୍ତା ପହଞ୍ଚି ସମସ୍ତ ଗୁରୁତର ଓ ମୃତ ଯୁବକଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନେଇଥିଲେ । ଉଭୟଙ୍କ ମୃତ୍ୟୁର ଖବର ଶୁଣି ବାଉଁଶୁଣୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।