ତୃତୀୟ ଦିନରେ ଷ୍ଟିଅରିଂ ଛାଡ ଆନ୍ଦୋଳନ, ଚାରିଛକରେ ଡ୍ରାଇଭର ସଂଘ ପକ୍ଷରୁ ଗାଡି ଅଟକାଇବାକୁ ନେଇ ଉତ୍ତେଜନା

ବୌଦ୍ଧ,୧୭/୩ : ଡ୍ରାଇଭର ମାନଙ୍କ ୧୦ ଦଫା ଦାବି ପୂରଣ ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟିଅରିଂ ଛାଡ ଆନ୍ଦୋଳନ ଆଜି ତୃତୀୟ ଦିନ ପହଞ୍ଚଛି । ଆନ୍ଦୋଳନ ଫଳରେ ସାଧାରଣ ଜନଜୀବନ ଉପରେ ଏହାର ପ୍ରଭାବ ପଡିଛି । ଡ୍ରାଇଭର ମାନେ ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ଯାନବାହାନ ନ ଚଳାଇବାକୁ ଡ୍ରାଇଭରମାନଙ୍କୁ ଅନୁରୋଧ କରିଥିବା ବେଳେ ଆଜି ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଚାରିଛକ ଠାରେ ଗାଡି ଅଟଳାଇବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ଡ୍ରାଇଭରମାନେ ଗାଡିମାନଙ୍କୁ ଅଟଳାଇ ଡ୍ରାଇଭରମାନଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରୁଥିବା ବେଳେ ସେଠାରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି । ଏହାକୁ ନେଇ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଓ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଏସପି ରାଜ ପ୍ରସାଦଙ୍କ ଉପରିସ୍ଥିତିରେ ଅଟକି ରହିଥିବା ଗାଡି ଗୁଡିକ ଛଡାଯାଉଛି । ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଓ ପରିସ୍ଥିତି ଶାନ୍ତ ଥିବା ଜଣାପଡିଛି ।