PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଆଜି ଆମେରିକାରେ ଲଢ଼ିବେ ବିଜେନ୍ଦର ସିଂ

ନ୍ୟୁୟର୍କ,୧୨ା୭(ଏଜେନ୍ସି): ପ୍ରାୟ ଏକ ବର୍ଷ ପରେ ରିଙ୍ଗ୍‌ଙ୍କୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛନ୍ତି ଭାରତୀୟ ପ୍ରଥମ ପ୍ରୋ ବକ୍ସର ବିଜେନ୍ଦର ସିଂ । ସେ ଆସନ୍ତାକାଲି ଆମେରିକା ଫାଇଟର୍‌ ମାଇକ୍‌ ସ୍ନାଇଡରଙ୍କ ସହ ଲଢ଼େଇ କରିବେ । ଏହି ଆଠ ରାଉଣ୍ଡ ସୁପର ମିଡିଲୱେଟ ପ୍ରତିଯୋଗିତା ଜରିଆରେ ବିଜେନ୍ଦର ଆମେରିକାରେ ପଦାର୍ପଣ କରିବେ । ଡବ୍ଲ୍ୟୁବିଓ ଓରିଏଣ୍ଟାଲ୍‌ ଓ ଏସିଆ ପାସିଫିକ୍‌ ସୁପର ମିଡିଲ୍‌ୱେଟ୍‌ ଚାମ୍ପିଅନ୍‌ ବିଜେନ୍ଦର ଏପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି । ସେ ଲଢ଼ିଥିବା ୧୦ଟି ଫାଇଟ୍‌ ମଧ୍ୟରୁ ୭ଟି ଫାଇଟ୍‌ରେ ସେ ନକଆଉଟ୍‌ ବିଜୟ ହାସଲ କରିଛନ୍ତି ।

ଏହି ହାଇଭୋଲଟେଜ୍‌ ମୁକାବିଲା ପାଇଁ ବିଜେନ୍ଦର ସମସ୍ତ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଫାଇଟ୍‌ ପୂର୍ବରୁ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁକାବିଲା ଭଲ ହେବ ବୋଲି ଆଶାବାଦୀ ଅଛି । ଏବେ ମୋ କ୍ୟାରିୟର ଉପରେ ଅଧିକ ଫୋକସ୍‌ କରୁଛି । ଚଳିତ ବର୍ଷ ଆଉ ୨ଟି ଫାଇଟ୍‌ ଲଢ଼ିବାକୁ ଚାହୁଁଛି ଓ ବିଶ୍ୱ ଚାମ୍ପିଅନ୍‌ ସୁଯୋଗକୁ ଅଧିକ ଉନ୍ମୁକ୍ତ କରିବାକୁ ଚାହୁଁଛି । ସ୍ନାଇଡରଙ୍କ ପାଇ ରଣନୀତି ପ୍ରସ୍ତୁତ ହୋଇ ସାରିଛି । ପ୍ରଥମ ରାଉଣ୍ଡରୁ ତାଙ୍କୁ ପରାଜିତ କରିବାକୁ ଚେଷ୍ଟା କରିବି ।

ଅପରପକ୍ଷରେ ୧୩-୫-୩ ରେକର୍ଡ ରଖିଥିବା ସ୍ନାଇଡର ଭାରତୀୟ ବକ୍ସର ବିଜେନ୍ଦରଙ୍କୁ ହରାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଟ୍ରେନର ମୋତେ ବିଜେନ୍ଦରଙ୍କ ଅନେକ ଭିଡିଓ ଦେଖାଇଛନ୍ତି ଓ କେଉଁଥିରେ ସେ ଉନ୍ନତ ଓ କେଉଁଥିରେ ସେ ଦୁର୍ବଳ ସବୁକିଛି ଅବଗତ ଅଛି ।

ବିଜେନ୍ଦର ଆମେରିକାରେ ପଦାର୍ପଣ କରିବାର ବହୁ ଦିନରୁ ଯୋଜନା ହେଲାଣି । ମାତ୍ର ଏପର୍ଯ୍ୟନ୍ତ ତାରିଖ ପରେ ତାରିଖ ଘୁଞ୍ଚି ଚାଲିଥିଲା । ଆସନ୍ତାକାଲିର ମୁକାବିଲା ନେଇ ସେ ବେଶ ଉତ୍ସାହିତ ରହିଛନ୍ତି । ଗତ ନିର୍ବାଚନରେ ସେ ସାଂସଦ ପ୍ରାର୍ଥୀ ହୋଇଥିଲେ । ମାତ୍ର ଏଥିରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ନିର୍ବାଚନ ହାରିବା ପରେ ସେ ପୁଣି ନିଜ ଅଭ୍ୟାସରେ ମନୋନିବେଶ କରିଥିଲେ ।