ଅନୁଗୁଳ,୦୮/୦୬ (ଜଗଦୀଶ ନାୟକ): ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଳୁ ଅକଟା ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ଶିଶୁପୁତ୍ର ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ଶିଶୁ ଜଣକ ହେଲେ ବାଳୁ ଅକଟା ଗାଁର ନିରଞ୍ଜନ ସାହୁଙ୍କ ପୁଅ ଆର୍ଯ୍ୟନ ସାହୁ(୫ ବର୍ଷ)। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ପରିବାର ଲୋକ ।
ସୂଚନା ମୁତାବକ, ଆର୍ଯ୍ୟନ ରବିବାର ସକାଳେ ପଡୋଶୀଙ୍କ ଘର ପାଖରେ ଖେଳୁଥିଲେ । ଏହି ସମୟରେ ଏକ ଆର୍ଥିଂ ତାର ସଂସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । ପରିବାର ଲୋକେ ଆସି ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।