PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ, ଯୁବତୀଙ୍କୁ ଘରୁ ଟାଣି ଆଣି ପିଟିଲା

source:www.esakal.com

ଭୁବନେଶ୍ୱର,୩ ।୨(ବ୍ୟୁରୋ): ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲା । ବାଟରେ ଘାଟରେ ଅଟକାଇ ପ୍ରେମ ନିବେଦନ କରୁଥିଲା । ନିରାଶ ହେବା ପରେ ଯୁବତୀଙ୍କୁ ଘରୁ ଟେକି ଆଣି ନିସ୍ତୁକ ପିଟିଲା । ଏଭଳି ଜଣେ ପାଗଳ ପ୍ରେମିକକୁ ଲୋକେ ନିସ୍ତୁକ ପିଟି ମଞ୍ଚେଶ୍ୱର ଥାନା ପୁଲିସ ଜିମା ଦେଇଛନ୍ତି । ତାଙ୍କ ନାମ ଛୋଟୁରାମ ନାୟକ(୨୨) । ଘର ରାଜସ୍ଥାନ । ସେ ପାଣ୍ଡରାରେ ରହୁଥିଲା । ପୁଲିସ ସୂଚନା ଅନୁଯାୟୀ, ମଞ୍ଚେଶ୍ୱର କାଳୀ ବସ୍ତିରେ ସୋହିନୀ(ଛଦ୍ମନାମ, ୨୨ବର୍ଷ) ନାମ୍ନୀ ଜଣେ ଯୁବତୀ ରହୁଛନ୍ତି । ତାଙ୍କୁ ଛୋଟୁ ଏକତରଫା ପ୍ରେମ କରୁଥିଲେ । ବାଟରେ ଘାଟରେ ଅଟକାଇ ପ୍ରେମ ନିବେଦନ କରୁଥିଲେ । ବିବାହ କରିବାକୁ ବାଧ୍ୟ କରୁଥିଲା । କିନ୍ତୁ ସୋହିନୀ ଛୋଟୁଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରୁଥିଲେ । ଗତକାଲି ଅପରାହ୍ଣରେ ଛୋଟୁ ହଠାତ୍‌ ସୋହିନୀଙ୍କ ଘରେ ପହଞ୍ଚିଥିଲେ । ଜୋର ଜବରଦସ୍ତ ତାଙ୍କୁ ଘରୁ ବାହାରକୁ ଟାଣି ଆଣିଥିଲେ । ସୋହିନୀ ପ୍ରତିବାଦ କରିବାରୁ ଛୋଟୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ଦେଖି ବସ୍ତି ଲୋକେ ଉଠି ଆସିଥିଲେ । ଛୋଟୁଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରି ମଞ୍ଚେଶ୍ୱର ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଛୋଟୁଙ୍କୁ ଥାନାକୁ ନେଇ ଆସିଥିଲା । ଏନେଇ ସୋହିନୀ ଆଜି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଛୋଟୁଙ୍କୁ ଗିରଫ କରିଥିଲା । ଅପରାହ୍ଣରେ ଛୋଟୁଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର