PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ନିଖୋଜ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ନେଇ ଗ୍ରାମବାସୀଙ୍କ ରାଜପଥ ଅବରୋଧ

 ବରଗଡ,୨୪।୭ ବରଗଡ଼ ସଦର ଥାନା ଅନ୍ତର୍ଗତ ସଁୟା ଗ୍ରାମର ନିଖୋଜ ନାବାଳକ ସୁବ୍ରତ ସାହୁଙ୍କ ମୃତଦେହ ଶନିବାର ବରଗଡ଼ ମୁଖ୍ୟ କେନାଲରୁ ଉଦ୍ଧାର କରାଯାଇଥିଲା । ବରଗଡ଼ ସଦର ଥାନା ପୋଲିସ ମୃତଦେହ ଜବତ  କରି ବ୍ୟବଚ୍ଛେଦ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ସୁବ୍ରତଙ୍କୁ ପରିବାର ଲୋକେ ଓ ଗ୍ରାମବାସୀ ହତ୍ୟା  କରିଥିବା ଅଭିଯୋଗ କରିଛନ୍ତି।

ହତ୍ୟାକାରୀକୁ ଗିରଫ କରିବାକୁ ଦାବି କରି ରବିବାର  ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ସଁୟା ଛକ ଠାରେ ରାସ୍ତାରୋକ କରିଛନ୍ତି।  ଘଟଣାସ୍ଥଳରେ ବରଗଡ଼ ସଦର ଥାନା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣା ପଡିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ,  ଗତ ୨୨ ତାରିଖ ସନ୍ଧ୍ୟାରେ ସଁୟା ଗ୍ରାମର ଅମୂଲ୍ୟ ସାହୁ ଓ ଲକ୍ଷ୍ମୀ ସାହୁଙ୍କ ୧୨ ବର୍ଷର ପୁଅ ସୁବ୍ରତ ଖେଳିବାକୁ ଯାଇ ଆଉ ଫେରିନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାକୁ ପାଇନଥିବା ବେଳେ ବରଗଡ଼ ସଦର ଥାନାରେ ଏନେଇ ଅଭିଯୋଗ କରିଥିଲେ । ଶନିବାର ପିଲାଟିର ମୃତଦେହ ବରଗଡ଼ ମୁଖ୍ୟ କେନାଳରୁ ଉଦ୍ଧାର କରାଯାଇଥିଲା ।

ସମ୍ବନ୍ଧିତ ଖବର