ପ୍ରମୂଖ ଖବର
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

BPL ଗ୍ରୁପ୍‌ର ପ୍ରତିଷ୍ଠାତା ଟିପିଜି ନାମ୍ବିୟାରଙ୍କ ନିଧନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବୈଦୁତିକ ଉପକରଣ ନିର୍ମାତା ବିପିଏଲ ଗ୍ରୁପ୍‌ର ପ୍ରତିଷ୍ଠାତା ଟି.ପି. ଗୋପାଳନ ନାମ୍ବିୟାରଙ୍କ ପରଲୋକ ।  ଏନେଇ ନାମ୍ବିୟାରଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ପରିବାର ଅନୁସାରେ, ଗତ କିଛି ଦିନ ହେଲା ରୋଗରେ ପଡ଼ିଥିବା ନାମ୍ବିୟାରଙ୍କ ୯୪ ବର୍ଷ ବୟସରେ ନିଧନ ହୋଇଛି । ତେବେ କେରଳ ଏବଂ କର୍ଣ୍ଣାଟକ ଉଭୟ ରାଜ୍ୟ ସହ ଟି.ପି. ଗୋପାଳନ ନାମ୍ବିୟାରଙ୍କ ସଂପର୍କ ଖୁବ ନିବିଡ଼ ଥିଲା । 

ଗୋପାଳନ ନାମ୍ବିୟାରଙ୍କ ନିଧନକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ‘ବିପିଏଲ ଗ୍ରୁପ୍‌ର ପ୍ରତିଷ୍ଠାତା ଗୋପାଳନ ନାମ୍ବିୟାରଙ୍କ ନିଧନ ଖବର ଶୁଣି ମୁଁ ମର୍ମାହତ । ତାଙ୍କର ଯୋଗଦାନ ସର୍ବଦା ମନେ ରହିବ । ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।’ ସୂଚନାଯୋଗ୍ୟ ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତା ରାଜୀବ ଚନ୍ଦ୍ରଶେଖର, ଗୋପାଳନ ନାମ୍ବିୟାରଙ୍କ ଜ୍ବାଇଁ । 




ରାଜୀବ ଚନ୍ଦ୍ରଶେଖର ନିଜ ଶ୍ବଶୁରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଗୋପାଳନ ନାମ୍ବିୟାର ଭାରତର ସବୁଠୁ ଭରସାଯୋଗ୍ୟ କମ୍ପାନି ମଧ୍ୟରୁ ଗୋଟିଏ ଆରମ୍ଭ କରିଛନ୍ତି । ଯାହା ଆଜି ମଧ୍ୟ ଲୋକପ୍ରିୟ । ସେ ଦୂରଦର୍ଶୀ ବ୍ୟକ୍ତି ଥିଲେ ବୋଲି ଚନ୍ଦ୍ରଶେଖର କହିଛନ୍ତି । କଂଗ୍ରସେ ନେତା ଶଶି ଥରୁର ମଧ୍ୟ ଗୋପାଳନ ନାମ୍ବିୟାରଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ଗୋପାଳନ ନାମ୍ବିୟାରଙ୍କ ଭାରତର ବିକାଶ କ୍ଷେତ୍ରରେ ଯୋଗଦାନକୁ ମନେ ପକାଇଛନ୍ତି ।  

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.