PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଦରକାର ଯେତିକି , ନାହାନ୍ତି ସେତିକି : ଓଡ଼ିଶା ପୋଲିସରେ ଖାଲି ପଦ ପୂରଣ ହେବ କେବେ ?

ଭୁବନେଶ୍ୱର,୨୮/୦୫(ଦିଲ୍ଲୀପ ରାଉତ): ଓଡ଼ିଶା ପୁଲିସ୍‌କୁ ଜାବୁଡ଼ି ଧରିଛି ମାନବ ସମ୍ବଳ ସମସ୍ୟା । ପ୍ରତିବର୍ଷ ନୂଆ ନିଯୁକ୍ତି ହେଉଛି, ହେଲେ ସମସ୍ୟା ୨ ଗୁଣା ହେବାରେ ଲାଗିଛି । କାରଣ ନୂଆ ନିଯୁକ୍ତି ତୁଳନାରେ ଅବସର ନେଉଥିବା ପୁଲିସ୍‌ କର୍ମଚାରୀଙ୍କ ସଂଖ୍ୟା ୩ ଗୁଣ ଅଧିକ । ଫଳରେ କର୍ମଚାରୀ ଅଭାବ ଉତ୍କଟ ହେବାରେ ଲାଗିଛି । ପୁଲିସ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ବ୍ୟୁରୋ (ବିପିଆର୍‌ଡି) ଦ୍ୱାରା ପ୍ରକାଶିତ ରିପୋର୍ଟ ମୁତାବକ ଓଡ଼ିଶା ପୁଲିସ୍‌ରେ ବର୍ତ୍ତମାନ ୧୦ ହଜାର ୯୪୧ ଅଧିକାରୀ ଓ କର୍ମଚାରୀଙ୍କ ପଦ ଫାଙ୍କା ପଡ଼ିଛି । ଉପରିସ୍ଥ ଅଧିକାରୀ ଆଇଜିଠୁ କନଷ୍ଟେବଳ ଯାଏ ଚଉକି ଖାଲି ।

ଦରକାର ୩୦୦ ଇନ୍ସପେକ୍ଟର, ୧୭୦୦ ଏସ୍‌ଆଇଓ ୫,୫୦୦ କନଷ୍ଟେବଲ

ରିପୋର୍ଟ କହୁଛି, ରାଜ୍ୟରେ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କ କ୍ଷମତା ହେଲା ୭୫ ହଜାର ୩ ଶହ । କିନ୍ତୁ ବର୍ତ୍ତମାନ ଅଛନ୍ତି ୬୪ ହଜାର ୩୫୯ ଜଣ । ବାକି ପ୍ରାୟ ୧୧ ହଜାର ପଦ ଫାଙ୍କା ପଡ଼ିଛି । ସ୍ପେଶାଲ୍‌ ଡିଜି, ଅତିରିକ୍ତ ଡିଜି ଓ ଏସ୍‌ପିକୁ ପଦବୀକୁ ଛାଡ଼ି ବାକି ସବୁ ର‌୍ୟାଙ୍କ୍‌ରେ ମାଳମାଳ ଫାଙ୍କା । ଓଡ଼ିଶା ପୁଲିସ୍‌ରେ ୧୪ଟି ଡିଆଇଜି ପଦ ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ୨ଟି ଫାଙ୍କା । ୨୦୧ଟି ଅତିରିକ୍ତ ଏସ୍‌ପି ଓ କମାଣ୍ଡାଣ୍ଟ ପଦ ଥିବା ବେଳେ ବର୍ତ୍ତମାନ ୧୭୨ ଜଣ ଅଛନ୍ତି । ୨୯ ଟି ଫାଙ୍କା ପଡ଼ିଛି । ୭୬୯ ଟି ଏଏସ୍‌ପି/ଡିଏସ୍‌ପି/ଅତିରିକ୍ତ କମାଣ୍ଡାଣ୍ଟ ପଦ ଥିବା ବେଳେ ଅଛନ୍ତି ମାତ୍ର ୩୨୩ ଜଣ । ଆହୁରି ୪୪୬ଟି ପଦ ଫାଙ୍କା ରହିଛି । ଏସବୁ ପଦ ଫାଙ୍କା ପଡ଼ିଲେ ସାଧାରଣ ଲୋକଙ୍କ ସେତେଟା ସମସ୍ୟା ହେବନାହିଁ । ହେଲେ ଇନ୍ସପେକ୍ଟର, ସବ୍‌ ଇନ୍ସପେକ୍ଟର (ଏସ୍‌ଆଇ), ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର (ଏଏସ୍‌ଆଇ) ଓ କନଷ୍ଟେବଲ ପଦ ଫାଙ୍କା ରହିଲେ ଲୋକେ ସେବା ପାଇବେ ନାହିଁ ।

ରାଜ୍ୟର ଅନେକ ଥାନାରେ ଆଇଆଇସି ନାହାନ୍ତି । ଥାନାକୁ ସମ୍ଭାଳିଛନ୍ତି ଡିଏସ୍‌ପି ଓ ଏସ୍‌ଆଇ । ରାଜ୍ୟର ୨ଟି ପ୍ରମୁଖ ପୁଲିସ୍‌ ଜିଲ୍ଲା (କମିଶନରେଟ୍‌ ପୁଲିସ୍‌ କଟକ-ଭୁବନେଶ୍ୱର) ସ୍ଥିତି ମଧ୍ୟ ଭଲ ନାହିଁ । ଏଠି ୫ଟି ଥାନାକୁ ସମ୍ଭାଳିଛନ୍ତି ଏସିପି । ୨ଟି ଥାନା ସମ୍ଭାଳିଛନ୍ତି ଏସ୍‌ଆଇ । ଅନ୍ୟ ପୁଲିସ୍‌ ଜିଲ୍ଳା କଥା ନ କହିବା ଭଲ । ପୁଲିସ୍‌ ବିଭାଗର ମୁଖିଆମାନେ ଏ ବିଷୟରେ ସବୁ ଜାଣିଛନ୍ତି । ହେଲେ କେହି ଦୃଷ୍ଟି ଦେଉନାହାନ୍ତି । ୧୫୦୪ଟି ଇନ୍ସପେକ୍ଟର ପଦ ଥିବା ବେଳେ ବର୍ତ୍ତମାନ ଅଛନ୍ତି ୧୨୦୪ ଜଣ । ୨୯୯ଟି ଇନ୍ସପେକ୍ଟର ପଦ ଫାଙ୍କା ପଡ଼ିଛି ।

ପଦୋନ୍ନତି ପାଇବା ପାଇଁ ରାଜ୍ୟରେ ୨୫୪ ଏସ୍‌ଆଇ ଇନ୍ସପେକ୍ଟର ଯୋଗ୍ୟତା ହାସଲ କରି ସେମିତି ବସିଛନ୍ତି । ପାତରଅନ୍ତର ମନୋଭାବ ପାଇଁ ଏହାର ସମାଧାନ ହୋଇପାରୁନାହିଁ । ଏବେ ୨୯୯ଟି ଇନ୍ସପେକ୍ଟର ପଦ ଫାଙ୍କା ରହିଛି । ୨୫୪ ଜଣଙ୍କୁ ପଦନ୍ନୋତି ମିଳିଲେ ୪୫ଟି ପଦ ଫାଙ୍କା ରହିିବ । ୨୦୧୪ରେ ୯୪ ଜଣ ଡିସିଏସ୍‌ଆଇ (ଡିପାର୍ଟମେଣ୍ଟ କ୍ୟାଡେଡ୍‌ ସ୍‌ବ୍‌ ଇନ୍ସପେକ୍ଟର) ପରୀକ୍ଷା ଦେଇ ପାସ୍‌ ହେଲେ । ୨୦୧୫ରେ ୧୫୯ ଜଣ ସିଏସ୍‌ଆଇ (କ୍ୟାଡର ସବ୍‌ ଇନ୍ସପେକ୍ଟର) ପରୀକ୍ଷା ଦେଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଫେଲ୍‌ ହୋଇଥିଲେ । ଅଭିଜ୍ଞତା ଓ ବରିଷ୍ଠତା ଦୃଷ୍ଟିରୁ ୨୦୧୪ ମସିହାରେ ପରୀକ୍ଷା ଦେଇଥିବା ଡିସିଏସ୍‌ଆଇ ମାନେ ଇନ୍ସପେକ୍ଟର ପାଇଁ ଯୋଗ୍ୟ । ହେଲେ ସିଏସ୍‌ଆଇ ଫେଲ୍‌ ଓ ଯୋଗ୍ୟତା କମ୍‌ ଥିବା ସିଏସ୍‌ଆଇଙ୍କୁ ପଦୋନ୍ନତି ଦେବାକୁ ଯୋଜନା କରୁଛନ୍ତି ବରିଷ୍ଠ ଅଧିକାରୀ । ଯେଉଁଥି ପାଇଁ ଦୀର୍ଘଦିନ ହେବ ବିବାଦ ଲାଗିଛି । ଫଳରେ ଖାଲି ପଡ଼ିଥିବା ଇନ୍ସପେକ୍ଟର ପଦ ପୂରଣ ହୋଇପାରୁନି ।

ସେହିଭଳି ରାଜ୍ୟରେ ୪,୯୩୧ଟି ଏସ୍‌ଆଇ ପଦ ଥିବା ବେଳେ ଅଛନ୍ତି ମାତ୍ର ୩,୨୦୮ ଜଣ । ବାକି ୧୭୨୩ଟି ପଦ ଫାଙ୍କା ପଡିଛି । ୫,୬୭୮ ଏଏସ୍‌ଆଇ ପଦ ରହିଛି । ସେଥିରେ ଅଛନ୍ତି ମାତ୍ର ୩,୮୩୦ । ୧,୮୪୮ଟି ଏଏସ୍‌ଆଇ ପଦ ଫାଙ୍କା ରହିଛି । ୮,୩୮୨ ଜଣ ହାବିଲ୍‌ଦାରରୁ ଅଛନ୍ତି ୭,୫୨୪ । ରାଜ୍ୟରେ ସମୁଦାୟ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କ କ୍ଷମତା ହେଲା ୭୫,୩୦୦ । ସେଥିରୁ ୫୩,୬୭୦ ଟି ପଦ ହେଉଛି କନଷ୍ଟେବଲ । ବର୍ତ୍ତମାନ ୪୭,୯୨୮ ଜଣ ଅଛନ୍ତି । ଫାଙ୍କା ପଡ଼ିଛି ୫୭୪୨ ପଦ ।