ବାଙ୍ଗିରିପୋଷି, ୨୬/୧୦: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶିମିଳିପାଳ ପାଦ ଦେଶରେ ଥିବା ଚାକିଡି ଗ୍ରାମ ପଞ୍ଚାୟତରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବ୍ରାହ୍ମଣକୁଣ୍ଡ ଏବେ ଚର୍ଚ୍ଚାରେ । ଶାନ୍ତ ପରିବେଶ, ସବୁଜ ବନାନୀ ସାଙ୍ଗକୁ କୁଣ୍ଡ ମଧ୍ୟରେ ସ୍ୱଚ୍ଛ ଜଳରାଶିରେ ପହଁରୁ ଥିବା ଶତାଧିକ ମାଛ ବର୍ଷ ତମାମ ସବୁ ସମୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
ତେବେ ବାତ୍ୟା 'ଦାନା' ଯୋଗୁଁ ଲଗାଣ ବର୍ଷା ଫଳରେ ବ୍ରାହ୍ମଣକୁଣ୍ଡ ଏବେ ଅଶାନ୍ତ ହୋଇ ପଡିଛି । ଭୀଷଣ ଗର୍ଜନ କରି ସେଠାରେ ପ୍ରବାହିତ ଝରଣା ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ଦୈବିକ ସ୍ଥାନ କୁହାଯାଉଥିବା ବ୍ରାହ୍ମଣକୁଣ୍ଡରେ ଯେତେ ବନ୍ୟା ଆସିଲେ ମଧ୍ୟ କୁଣ୍ଡରେ ଥିବା ମାଛ ମାନେ ସେଠାରୁ ଯାଆନ୍ତି ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।