କୋଣାର୍କ,୫/୬ : ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଶୁକ୍ରବାର ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ(Odisha State Watermanship and Lifeguard Institute), ରାମଚଣ୍ଡୀ ପରିଦର୍ଶନ କରିଥିଲେ l OSWALIପକ୍ଷରୁ ରାମଚଣ୍ଡୀ ମୁହାଣରେ ଜଳରେ ଘଟୁଥିବା ଦୁର୍ଘଟଣାକୁ ପ୍ରତିରୋଧ କରିବା ନିମନ୍ତେ ଦୁଃସାହସିକ ଜୀବନରକ୍ଷା କାର୍ଯ୍ୟକ୍ରମମାନ ପ୍ରଦର୍ଶିତ ହୋଇଥିଲା l
ଲାଇଫ୍ ଜ୍ୟାକେଟ୍ ପିନ୍ଧି ପ୍ରତିନିଧିବୃନ୍ଦ ବୋଟରେ ଭିତରକୁ ଯାଇ ସମସ୍ତ ପ୍ରତିରକ୍ଷା ବ୍ୟବସ୍ଥା ଦେଖିଥିଲେ l ଓଡ଼ିଶାରେ ଜଳ ଭାଗରେ ଘଟୁଥିବା ବିପଦର ପରିଚାଳନାରେ OSWALIର ଭୂମିକା ପ୍ରଶଂସନୀୟ l ଏହି ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ବ୍ରିକ୍ସ୍ ରାଷ୍ଟ୍ର ସମୂହର ପ୍ରତିନିଧିବୃନ୍ଦ ଖୁବ୍ ଉତ୍ସାହର ସହ ଦେଖିବା ସହ ପ୍ରଶଂସା ମଧ୍ଯ କରିଥିଲେ l ତିନିଦିନିଆ ଅନ୍ତର୍ଜାତୀୟ ବୈଠକର ସଫଳ ଆୟୋଜନ ନିମନ୍ତେ ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କୁ ଧନ୍ୟବାଦ ଜଣାଇଥିଲେ l OSDMAପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଏବଂ ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ OSWALIରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।