ସୁନ୍ଦରଗଡ, ୭।୬ : ସହାୟତା ମାଗିବା ଆଳରେ ରାସ୍ତାରେ ଗାଡିକୁ ଅଟକାଇଲେ। ଗାଡିକୁ ଅଟକିବା ମାତ୍ରେ ଗାଡି ଚାଳକଙ୍କୁ ମାରପିଟ୍ କରିବା ସହ ଲକ୍ଷାଧିକ ଟଙ୍କା ଓ କାର ଲୁଟି ନେଲେ ଦୁର୍ବୃତ୍ତ। ହେମଗିର ଥାନା ଗର୍ଜନ ବାହାଲ ନିକଟରେ ଏହି ଘଟଣା ଘଟିଛି। ଲୁଟ୍ର ଶିକାର ହୋଇଛନ୍ତି ଜଣେ ଠିକାଦାର। ପୁଲିସ ତଦନ୍ତ କରି କାର ସମରଡିହି ଜଙ୍ଗଲ ରାସ୍ତାରୁ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଅଧିକ ତଦନ୍ତ ଜାରି ରହିଛି ।
ଶନିବାର ରାତି ପ୍ରାୟ ୧୧ଟାରେ ଜଣେ ଠିକାଦାର ହେମଗିରି ଥାନା ଅଧୀନ ଗର୍ଜନବାହଲ ରାସ୍ତାରେ ଯାଉଥିଲେ। କିଛି ଦୁର୍ବୃତ୍ତ ସମ୍ପୃକ୍ତ ଠିକାଦାରଙ୍କ କାରକୁ ଅଟକାଇ ସାହଯ୍ୟ ମାଗିଥିଲେ। ସାହଯ୍ୟ କରିବା ପାଇଁ ଠିକାଦାର ଗାଡ଼ି ଅଟାକାଇ ଓହ୍ଲାଇବା ମାତ୍ରେ ଲୁଟେରାମାନେ ନିର୍ଦ୍ଧୁମ ଛେଚି ଥିଲେ। ଲହୁ ଲୁହାଣ ହୋଇ ଜୀବନ ବିକଳରେ ଠିକାଦାର ଜଣଙ୍କ ଦୌଡ଼ି ପଳାଇ ଯାଇଥିଲେ । ଅଭିଯୁକ୍ତ ମାନେ ତାଙ୍କ ଗାଡ଼ି, ମୋବାଇଲ ଫୋନ ଓ ଗାଡିରେ ଥିବା ଏକ ଲକ୍ଷ୍ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ତେବେ ଏହି ଘଟଣା ନେଇ ହେମଗିର ପୋଲିସ ସୂଚନା ପାଇବା ମାତ୍ରେ ସଦର ଏସଡିପିଓ ଓ ଏସ୍ପିଙ୍କୁ ଅବଗତ କରିଥିଲେ। ଏସପିଙ୍କ ନିର୍ଦ୍ଦେଶର ସୁନ୍ଦରଗଡ ଜିଲ୍ଲାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନକୁ ନାକା ବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ରବିବାର ପୋଲିସ ଲୁଟ୍ ହୋଇଥିବା କାର ଓ ମୋବାଇଲକୁ ଜବତ କରିଛି । ଦୁର୍ବୃତ୍ତ ମାନେ ପୋଲିସର ଏହି ଅପରେସନରେ ଭୟ ଭୀତ ହୋଇ ସଦର ଥାନା ଅନ୍ତର୍ଗତ ସମର ଡିହି ଜଙ୍ଗଲ ରାସ୍ତାରେ କାର ଓ ମୋବାଇଲ ଛାଡ଼ି ଫେରାର ମାରିଛନ୍ତି। କାର ମିଳିଥିବା ସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା କର୍ଡନ କରାଯାଇ ତଦନ୍ତକୁ ଜୋର ଦାର କରଯାଇଛି।
ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ବାପା-ଝିଅଙ୍କ ଜୀବନ