ସୁନ୍ଦରଗଡ, ୧୩।୪ : ଡକାୟତି ଯୋଜନା ବେଳେ ପୁଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ସହ ମାରଣାସ୍ତ୍ର ପୁଲିସ ଜବତ କରିଛି। ଗିରଫ ୪ ଜଣ ହେଲେ ସଦର ଥାନା ଜପାଙ୍ଗା ର ଏକାନ୍ତ ନାଏକ, ଭେଡ଼ାବାହାଲ ର ରୋହନ ପଟେଲ, କରମଡିହି ର ଅଙ୍କିତ ବେହେରା ଏବଂ ରିଅନ ନାଏକ ।

ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ ସଦର ଥାନା କୁମବାହାଲ ଛକ ନିକଟ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଏକ ନିଛାଟିଆ ସ୍ଥାନରେ ୪ ଜଣ ଯୁବକ ଡକାୟତି ଯୋଜନା କରୁଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା । ଚଢ଼ଉ ବେଳେ ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ ଟି ଜୀବନ୍ତ ଗୁଳି, ଗୋଟିଏ ବୁଲେଟ୍, ଗୋଟିଏ ଇଭି ସ୍କୁଟର ସହିତ ଚକୁ, ଲୁହା ରଡ଼, ୬ଟି ମୁଖା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଡକାୟତି ଯୋଜନା କରୁଥିବା ସ୍ବୀକାର କରିଥିବା ପୁଲିସ କହିଛି। ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି । କିଛି ଦିନ ପୂର୍ବରୁ ସଦର ଥାନା ନବରଙ୍ଗପୁର ଏବଂ କରମଡିହି ଅଞ୍ଚଳ ରେ ହୋଇଥିବା ଡକାୟତି ଘଟଣା ରେ ଏମାନଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି ।