ନୂଆଦିଲ୍ଲୀ,୨।୩:ଇରାନ ବିରୋଧରେ ଲଢେଇ ପାଇଁ ଏବେ ଆମେରିକା ଏବଂ ଇସ୍ରାଏଲ ସହିତ ଯୋଗ ଦେଇଛି ୟୁରୋପୀୟ ଦେଶ। ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ରବିବାର କହିଛନ୍ତି, ଆବଶ୍ୟକ ହେଲେ ସେମାନେ ଇରାନ ବିରୋରେ ‘ପ୍ରତିରକ୍ଷା କାର୍ଯ୍ୟାନୁଷ୍ଠାନ’ ନେବାକୁ ପ୍ରସ୍ତୁତ। ଯଦିଓ ବ୍ରିଟେନ ପୂର୍ବରୁ ଏହି ଯୁଦ୍ଧରେ ଆମେରିକାକୁ ସହାୟତା କରିବାକୁ ମନା କରିଦେଇଥିଲା, କିନ୍ତୁ ବର୍ତ୍ତମାନ ସମର୍ଥନ କରିବା ନେଇ ଘୋଷଣା କରିଛି।  ଏହା ସାମିଲ ହୋଇଛି।

ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀର ନେତାମାନେ ମିଳିତ ବିବୃତ୍ତି ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ ‘ଇରାନର ଏହି ଅଞ୍ଚଳର ଦେଶଗୁଡ଼ିକ ଉପରେ ଅବାଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣରେ ସେମାନେ ସ୍ତବ୍ଧ, ଯେଉଁମାନେ ଆରମ୍ଭରକୁ ଆମେରିକା ଏବଂ ଇସ୍ରାଏଲୀ ସାମରିକ କାର୍ଯ୍ୟରେ ସାମିଲ ନାହାଁନ୍ତି, ତାଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି।   ଇରାନର ବେପରୁଆ ଆକ୍ରମଣ ଆମର ନିକଟତମ ମିତ୍ର ଦେଶଙ୍କୁ ପ୍ରଭାବିତ କରିଛି। ଏହାଛଡା ଆମର ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରିଛି।

ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ପରେ ପୁରା ମିଡିଲ ଇଷ୍ଟ ଯୁଦ୍ଧ ପରିସ୍ଥିତି ଭୟାବହ ରୂପ ନେଇଛି। ସୋମବାର ଦୁଇ ପକ୍ଷ ପକ୍ଷ ପରସ୍ପରର ସ୍ଥିତିକୁ ଟାର୍ଗେଟ କରି ଯୁଦ୍ଧକୁ ଆହୁରି ତୀବ୍ର କରିବାର ଧମକ ଦେଇଛନ୍ତି। ଇସ୍ରାଏଲ-ଆମେରିକୀୟ ମିଳିତ ଆକ୍ରମଣରେ ନିଜର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟାର ପ୍ରତିଶୋଧ ନେବ ବୋଲି କହିଛି ଇରାନ। ଅନ୍ୟପକ୍ଷେ ଆମେରିକା ଏହାର ବି-୨ ବୋମା ବର୍ଷୀ ବିମାନ ମୁତୟନ କରିଥିଲା। ଆମେ ଇରାନକୁ ଏଭଳି ବେପରୁଆ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରୁଛୁ। ‘ଆମେ ଆମର ଏବଂ ଏହି କ୍ଷେତ୍ରରେ ସହଯୋଗୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବୁ, ଯେଉଁଥିରେ ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଲଞ୍ଚ କ୍ଷମତାକୁ ସେମାନଙ୍କ ଉତ୍ସରୁ ନଷ୍ଟ କରିବା ପାଇଁ ଆବଶ୍ୟକୀୟ ଏବଂ ସମାନୁପାତିକ ପ୍ରତିରକ୍ଷା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଉଲ୍ଲେଖନୀୟ ଯେ, ଇରାନ ପାଲଟା ଆକ୍ରମଣରେ ଆମେରିକା ସହ ଉପସାଗରୀୟ ରାଷ୍ଟ୍ରରେ ଥିବା ଆଡ୍ଡା ଓ ଇସ୍ରାଏଲକୁ ଡ୍ରୋନ୍ ଏବଂ ମିସାଇଲରେ ଟାର୍ଗେଟ କରିଛି। ଇସ୍ରାଏଲରେ ମିସାଇଲ ଆକ୍ରମଣ କିମ୍ବା ଏହାକୁ ରୋକାଯିବା ନେଇ କାରଣ ଉପରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଇସ୍ରାଏଲ ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ସହର ବେଇଟ୍ ଶେମେଶରେ ଏକ ଯିହୂଦୀ ପ୍ରାର୍ଥନା ସ୍ଥଳ ଉପରେ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାଣ ୨୮ ଆହତ ହୋଇଛନ୍ତି, ଯାହା ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୦ ରେ ପହଞ୍ଚିଛି। କାତାର ଏବଂ କୁଏତ ଭଳି ସହରରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି।