ପାଣିକୋଇଲି, ୧୫।୩: ପାଣିକୋଇଲିରୁ ବ୍ରାଉନସୁଗର ଜବତ । ପୁଲିସ କବଜାରେ ଅଭିଯୁକ୍ତ । ପାଣିକୋଇଲି ଥାନା ଅଞ୍ଚଳରେ ନିସା କାର୍ ବାର ବଢ଼ି ବଢ଼ି ଚାଲିଛି ଯୁବପିଢ଼ିମାନେ ରାତି ହେଲେ ନିଶାଗ୍ରସ୍ତ ହୋଇ ବିଭିନ୍ନ ଦୌରାତ୍ମକ କାର୍ଯ୍ୟ କରୁଛନ୍ତି । ପୁଲିସ ଜାଣିଶୁଣି ଚୁପ୍ ହୋଇ ବସିଛି ଏହି ଥାନା ଅଞ୍ଚଳ ଖସାଗଡ଼ିଆ ଗ୍ରାମର ଗୋପୀନାଥ ସେନାପତିଙ୍କ ପୁଅ ପୂର୍ଣଚନ୍ଦ୍ର ସେନାପତି ଗତକାଲି ସନ୍ଧ୍ୟା ସମୟରେ ଗାଁ ମୁଣ୍ଡରେ ବେପାର କରୁଥିବା ସମୟରେରେ ଗ୍ରାମବାସୀମାନେ କାବୁ କରି ପୁଲିସର ଜିମା ଦେଇଥିଲେ ପୁଲିସ ବେପାରୀକୁ ଥାନାରେ ଅଟକ ରଖି ତାପାଖରୁ ବ୍ରାଉନସୁଗାର ଜବତ ସହ ନଗଦ ୩୭୦୦ ଟଙ୍କା ଜବତ କରି ପଚରାଉଚରା କରୁଛି । ଏହି ବେପାରରେ ସ୍ଥାନୀୟ ଆହୁରି କିଛି ବେପାରୀଙ୍କ ସଂପୃକ୍ତି ଥିବା ନେଇ ଜଣେ ପୁଲିସ ଅଫିସର ନାଁ ଗୋପନୀୟ ରଖି ପ୍ରକାଶ କରିଛନ୍ତି ।