ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଛତ୍ରପୁର ଆରକେ ଢ଼ାବା ନିକଟରୁ ଜବତ ହେଲା ୬୮ ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର; ମାମଲାରେ ସାମିଲ ଥିବା ୩ ଗିରଫ

Published By : Bijay Swain | May 15, 2025 9:41 PM

ଛତ୍ରପୁର ୧୫/୦୫: ଛତ୍ରପୁରଥାନା ଆରକେ ଢ଼ାବା ନିକଟରେ ଛତ୍ରପୁର ପୁଲିସ ଚଢ଼ଉ କରି ୬୮.୮୧ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ସୂଚନା ଦେଇଛନ୍ତି ଆଇଆଇସି ଦେବାଶିଷ ମହାନ୍ତିl ଏହାଛଡା ସମ୍ପ୍ରୁକ୍ତ ବ୍ୟକ୍ତିମାନଙ୍କ ଠାରୁ ନଗଦ ୯୪୦ ଟଙ୍କା ଏବଂ ୩ଟି ମୋବାଇଲ ମଧ୍ୟ ଜବତ କରାଯାଇଛିl ୩ ଜଣଙ୍କୁ ଗିରଫ କରାଯାଇଛିl 

ଅଭିଯୁକ୍ତ ମାନେ ହେଲେ ଶାନ୍ତିନଗର ଛତ୍ରପୁର ଅଞ୍ଚଳରେ ରହୁଥିବା ୩୩ ବର୍ଷିୟ ଦିଲପ କୁମାର ନାୟକ ଓରଫ ଲିପୁ, ରୀକାପଲ୍ଲୀ ଅଞ୍ଚଳରେ ରହୁଥିବା ରାମ ନାୟକ ଓରଫ ପହଲା,  ଜଟଣୀ ଖୋର୍ଦ୍ଧା ଅଞ୍ଚଳରେ ରହୁଥିବା ୪୪ ବର୍ଷିୟ ପୁର୍ଣଚନ୍ଦ୍ର ନାୟକ ଓରଫ ଗାଣ୍ଡୁ, ବୋଲି ପୁଲିସ ସୂଚନା ପ୍ରଦାନ କରିଛିl ଥାନା ଏସଆଇ ବିଶ୍ୱଜିତ ନାୟକଙ୍କ ଏତେଲା କ୍ରମେ କେଶ ନମ୍ବର 282ରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମକଦମା ମଧ୍ୟ ରୁଜୁ ହୋଇଛିl 

ମିଳିଥିବା ସୂଚନା ମୁତାବକ ଗତକାଲି ୧୧୨ରେ ଟେଲିଫୋନ ଯୋଗେ ଖବର ପାଇବା ପରେ ଛତ୍ରପୁର ପୁଲିସ ଆରକେ ଢ଼ାବା ନିକଟରେ ଚଢ଼ଉ କରିଥିଲାl ଛତ୍ରପୁର ସହରରେ ପୁଲିସ ପକ୍ଷରୁ ବ୍ରାଉନ ସୁଗାର ଜବତ ଘଟଣା ପ୍ରଥମ ହୋଇଥିବାରୁ ଛତ୍ରପୁର ସହରରେ ଏହି ବ୍ୟବସାୟର ସାମ୍ରାଜ୍ୟ ମେଲିଛି ତାହା ସ୍ପଷ୍ଟ ହୋଇଯାଇଛିl

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.