PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ଖଲ୍ଲିକୋଟ କଲେଜ ପଡ଼ିଆରେ ନିଶା ବେପାର, ୨୯ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ…

ବ୍ରହ୍ମପୁର, ୨୩/୫ (ବ୍ୟୁରୋ): କଲେଜ ପିଲାଙ୍କୁ ନିଶା ଅଭ୍ୟାସ କରିବାକୁ ମାତିଛନ୍ତି ନିଶା ବେପାରୀ । ଛାତ୍ରଛାତ୍ରୀଙ୍କୁ ଜାଲରେ ପକାଇ ଚଳାଉଛନ୍ତି ରାକେଟ୍‌ । ଆଜି ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡିଆରେ ନିଶା କାରବାର କରୁଥିବା ଦୁଇଜଣ ଯୁବକଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ । ଧାନମେରା ସାହିର ରଞ୍ଜନ ଦାସ (୩୫) ଓ ଋତୁରଞ୍ଜନ ନିମାଇ ଓରଫ ଚିକୁ (୨୯)ଙ୍କୁ ସଂପୃକ୍ତ ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ଏସ୍‌ପି ସରଚଣା ବିବେକ ଏମ୍ । ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳରେ ବ୍ରାଉନ ସୁଗାର ମାଫିଆ ସକ୍ରିୟ ହାଇ ଉଠିଛନ୍ତି । ସୋମବାର ଅପରାହ୍ନରେ ଖଲିକୋଟ କଲେଜ ଖେଳା ପଡ଼ିଆରେ ଚଢ଼ାଉ କରିଥିଲା । ସେଠାରେ ଥିବା ଏକ ଅଦ୍ଧନିର୍ମିତ ଗୃହରେ ଏହି ବ୍ରାଉନସୁଗାର କାରବାର ଚାଲିଥିଲା । ପୁଲିସୁକ ଦେଖି ସେଠାରେ ବ୍ରାଉନ ସୁଗାର କିଣିବା ପାଇଁ ଆସିଥିବା ଯୁବକ ମାନେ ଦୌଡ଼ି ପଳାଇଥିଲେ । ହେଲେ ପୁଲିସ ଏହି କାରବାର କରୁଥିବା ରଞ୍ଜନ ଓ ଚିକୁକୁ ଗିରଫ କରିଥିଲା ।

ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଏକ ପ୍ଲାଷ୍ଟିକ ଡବାରେ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏଥିସହ ବ୍ରାଉନସୁଗାର ବିକ୍ରି କରି ପାଖରେ ରଖି ଥିବା ୪୨୭୦ ଟଙ୍କା ଓ ଗୋଟିଏ ମୋବାଇଲ, ୧୦ ଗୋଟି ହଳଦିଆ ପେପର ଖଣ୍ଡ, ଚାମଚ ପ୍ରଭୃତି ପୋଲିସ ଜବତ କରିଛି । ଅଭିଯୁକ୍ତ ମାନେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ଯୁବକଙ୍କୁ ବିକ୍ରି କରୁଥିବା ପୋଲିସ ଜେରା ସମୟରେ ଜାଣିବାକୁ ପାଇଛି । କେସ୍ ନମ୍ବର ୧୯୭/୨୩ରେ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି ପୋଲିସ । ପୂର୍ବରୁ ଟାଉନ ଥାନା ପୋଲିସ ଉକ୍ତ ଖେଳ ପଡ଼ିଆ ଭିତରୁ ଅନେକ ଯୁବକଙ୍କୁ ଧରିବା ସହ ସେମାନଙ୍କ ଠାରୁ ବ୍ରାଉନସୁଗାର ଜବତ କରିଥିବାର ନଜର ରହିଛି।

ସମ୍ବନ୍ଧିତ ଖବର