ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଯବାନଙ୍କୁ ହତ୍ୟା ଅଭିଯୋଗ, ଶ୍ୱଶୁର ଘର ଲୋକଙ୍କୁ ଅଟକ ରଖିଲେ ଗ୍ରାମବାସୀ

Published By : Harapriya Sethi | July 5, 2025 12:43 PM

ସୋର,୦୫/୦୭: ଶ୍ୱଶୁର ଘରକୁ ଯାଇ ଶବ ହୋଇ ଫେରିଲେ ବିଏସଏଫ ଯବାନ ଦିବ୍ୟରଞ୍ଜନ । ଗାଁରେ ଉତ୍ତେଜନା ହେବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇପାରିଲାନି ଶବ ସତ୍କାର । ଶ୍ୱଶୁର ଘର ଲୋକଙ୍କୁ ଅଟକ ରଖିଲେ ଗାଁଲୋକେ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ପଥରପେଣ୍ଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ପଥରପେଣ୍ଟ ପଞ୍ଚାୟତ ବଗଲପୁର ଗ୍ରାମର ସ୍ୱର୍ଗତ କରୁଣାକର ସାହୁଙ୍କ ସାନ ପୁତ୍ର ଦିବ୍ୟରଞ୍ଜନ(୩୯ବର୍ଷ) ଦିଲ୍ଲୀରେ ବିଏସଏଫ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ ଗୁରୁବାର ଦିନ ଚିକିତ୍ସଧିନ ମାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଦେଖା କରି ସହଦେବଖୁଣ୍ଟା ଥାନା ରାଣୀପାଟଣା ଅଞ୍ଚଳର ନିଜ ଶ୍ୱଶୁର ଘର ତିଲିକା ବେହେରାଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ପୂର୍ବରୁ ଦିବ୍ୟରଞ୍ଜନଙ୍କ ପତ୍ନୀ ସଂଯୁକ୍ତା ଓ ୧୨ ବର୍ଷର ଝିଅ ଦିବ୍ୟାଙ୍ଗଶୀ ରହୁଥିଲେ । ଶୁକ୍ରବାର ସକାଳେ ଶ୍ୱଶୁର ଘର ଲୋକେ ଦିବ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।ଦିବ୍ୟରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଭାଇ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ଦିବ୍ୟରଞ୍ଜନଙ୍କ ଶ୍ୱଶୁର ଘର ଲୋକେ ତାଙ୍କ ଭାଇକୁ ମାରିଦେଇଥିବା ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ୬ଟାରେ ଦିବ୍ୟରଞ୍ଜନଙ୍କ ମୃତଦେହ ବଗଲପୁରକୁ ଅଣାଯାଇଥିଲା । ମୃତଦେହ ପହଞ୍ଚିବା ପରେ ବାଗଲପୁରରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଦିବ୍ୟରଞ୍ଜନକୁ ତାର ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଥିଲା ।

ସେପଟେ ଏହି ଘଟଣା ସମ୍ପର୍କରେ ଦିବ୍ୟରଞ୍ଜନଙ୍କ ସ୍ତ୍ରୀ ସଂଯୁକ୍ତା ତାଙ୍କ ସ୍ୱାମକୁ ହତ୍ୟା ଅସ୍ୱୀକାର କରିବା ସହିତ ବିଷ ପିଇଥିବା ପ୍ରକାଶ କରିଥିଲେ । ଉତ୍ତେଜନା ବିଷୟରେ ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଶ୍ୱଶୁର ଘରୁ ଆସିଥିବା ଦିବ୍ୟରଞ୍ଜନଙ୍କ ପତ୍ନୀ ସଂଯୁକ୍ତା, ଶାଳୀ ଭାଉଜ ସୋନିଆ ବେହେରା, ଶାଶୁ କଲ୍ୟାଣି ବେହେରା, ନଣନ୍ଦ ସୁଜାତା ରାଣୀ ସିଂହଙ୍କୁ ଦିବ୍ୟରଞ୍ଜନ ପରିବାର ଓ ଗ୍ରାମବାସୀ ଅଟକ ରଖିଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.