କୁହୁଡି ଯୋଗୁଁ ପାକିସ୍ତାନରେ ପହଞ୍ଚିଗଲେ ବିଏସଫ୍ ଯବାନ,ବୈଠକ ପରେ ପାକ୍ ରେଞ୍ଜର୍ସ ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ,୧।୧୨: ଭୁଲରେ ପାକିସ୍ତାନ ସୀମାରେ ପଶିଗଲେ ସୀମା ସୁରକ୍ଷା ବଳ(ବିଏସଫ)ର ଜଣେ ଯବାନ। ପଞ୍ଜାବରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ମୁତୟନ ଥିବା ବିଏସଏଫ୍ର ଯବାନ ଜଣକ ଗୁରୁବାର ସକାଳ ୬ଟା ୩୦ ମିନିଟରେ ଜିରୋ ଲାଇନ୍ ପାର କରିଥିଲେ। ଘନ କୁହୁଡି କାରଣରୁ ଏହି ଭୁଲ ହୋଇଛି। ପାକିସ୍ତାନ ଏରିଆରେ ପହଞ୍ଚିବା ମାତ୍ରେ ଏହି ଯବାନଙ୍କୁ ପାକ୍ ରେଞ୍ଜର୍ସ ଗିରଫ କରିନେଇଥିଲେ।
ନିଖୋଜ ହୋଇଥିବା ଯବାନ ବିଏସଏଫ୍ର ୬୬ ବାଟାଲିୟନରୁ ଅଛନ୍ତି। ଯେତେବେଳେ ସେ ବର୍ଡର ପାର କରିବାର ସୂଚନା ମିଳିଥିଲା ଉପରିସ୍ଥ ଅଧିକାରୀ ସକ୍ରିୟ ହୋଇ ଉଠିଥିଲେ। ତୁରନ୍ତ ପାକିସ୍ତାନୀ ରେଞ୍ଜରଙ୍କ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା, ସେମାନେ କହିଥିଲେ ବିଏସଏଫ୍ ଯବାନ ତାଙ୍କ କବଜାରେ ଅଛନ୍ତି। ଏହାପରେ ବିଏସ୍ଏଫ୍ ଅଧିକାରୀ ପାକ୍ ରେଞ୍ଜରଙ୍କ ସହିତ ଏମର୍ଜେନ୍ସିଂ ମିଟିଂ କଲ୍ କରି ଯବାନଙ୍କୁ ମୁକ୍ତ କରିବାକୁ କହିଥିଲେ। ପ୍ରଥମେ ରାଜି ହେଉନଥିଲେ ମଧ୍ୟ ପାକିସ୍ତାନୀ ରେଞ୍ଜର ବିଏସଏଫ୍ ଯବାନଙ୍କୁ ଛାଡିବାକୁ ରାଜି ହୋଇଥିଲା। ଏହି ପୁରା ଘଟଣା ପଞ୍ଜାବରେ ବିଏସଏଫ୍ର ଫିରୋଜପୁର ସେକ୍ଟରରେ ଅବୋହର ନିକଟରେ ଘଟିଥିଲା।
ସକାଳୁ କୁହୁଡି ଏତେ ଅଧିକ ଥିଲା ଯେ, ବିଏସଫ୍ ଯବାନଙ୍କୁ ତିନି ଘଣ୍ଟା ପର୍ଯ୍ୟନ୍ତ ଜଣାପଡିଥିଲା ତାଙ୍କର ସାଥୀ ଯବାନ ନିଖୋଜ ହୋଇଯାଇଛନ୍ତି। ସକାଳ ସାଢେ ୯ଟା ବେଳେ ବର୍ଡରରୁ ଫେରିବା ପରେ ଯବାନମାନେ ଯେତେବେଳେ ତାଙ୍କର ହାଜିରା ଦେଇଥିଲେ, ସେତେବେଳେ ଜଣେ ଯବାନ କମ୍ ପଡିଥିଲେ। ତୁରନ୍ତ ପୁରା ଏରିଆରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ହେଲେ କିଛି ଖବର ମିଳିନଥିଲା। ଏହାପରେ ଯେତେବେଳେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ଯୋଗାଯୋଗ କରାଯାଇଥିଲା, ସେମାନେ କହିଥିଲେ ଯବାନ ତାଙ୍କ କଷ୍ଟଡିରେ ଥିବା କଥା କହିଥିଲେ। ପାକିସ୍ତାନୀ ରେଞ୍ଜର୍ସଙ୍କ ପକ୍ଷରୁ କୁହାଯାଇଥିଲା ସେ ତାଙ୍କୁ ଗିରଫ କରିଛନ୍ତି, କାରଣ ଯବାନ ଜଣକ ଅନ୍ତର୍ଜାତୀୟ ସୀମାର ପାର କରି ତାଙ୍କ ଏରିଆରେ ପଶିଯାଇଥିଲେ। ବିଏସଫ୍ ଅଧିକାରୀ ଓ ପାକିସ୍ତାନର ରେଞ୍ଜର୍ସଙ୍କ ଭିତରେ ବୈଠକ ପରେ ବିଏସଫ୍ ଯବାନଙ୍କୁ ଛାଡି ଦିଆଯାଇଥିଲା।