ବନ୍ଦ ହୋଇପାରେ ବିଏସଏନଏଲ୍, ସରକାର ଦେଲେ ଏହି ନିର୍ଦ୍ଦେଶ

source:www.jagran.com
BSNL ଆଉ ପ୍ରଫିଟେବଲ୍ (ଲାଭକାରୀ) ହୋଇ ନାହିଁ । ଏବେ ସରକାର କମ୍ପାନୀକୁ ବନ୍ଦ କରିବା ପାଇଁ ଏବଂ ଅନ୍ଯ ସମସ୍ତ ବିକଳ୍ପ ସମ୍ପର୍କରେ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ୍ ଯଦି ସବୁ ବିକଳ୍ପ ଅସଫଳ ହୋଇଯାଏ ତେବେ ସରକାର ବିଏସଏନଏଲକୁ ବିକ୍ରି କିମ୍ବା ବନ୍ଦ କରିପାରନ୍ତି । ଏକ ସୂଚନା ଅନୁସାରେ ବିଏସଏନଏଲର ମୁଖ୍ଯ ଅଧିକାରୀ ଦୂରସଞ୍ଚାର ସଚିବ ଅରୁଣା ସୁନ୍ଦରାଜନଙ୍କ ସହିତ ସାକ୍ଷାତ କରିଥିଲେ ଯାହା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଅରୁଣା ସୁନ୍ଦରାଜନଙ୍କ ସହିତ ସାକ୍ଷାତ ସମୟରେ ଅନୁପମ ଶ୍ରୀବାସ୍ତବ କହିଥିଲେ କମ୍ପାନୀର ବର୍ତ୍ତମାନର ଆର୍ଥିକ ସ୍ଥିତି, କ୍ଷତି, ଜିଓର ଏଣ୍ଟ୍ରିର ପ୍ରଭାବ ଓ କର୍ମଚାରୀଙ୍କ ଅବସର ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି । ସରକାର କହିଛନ୍ତି ଯେ ବିଏସଏନଏଲକୁ ଏକ ତାଲିକା ପ୍ରସ୍ତୁତ କରିବାକୁ ପଡିବ, ଯେଉଁଥିରେ ଏହା ଦର୍ଶାଯିବ ଯେ କମ୍ପାନୀ ବନ୍ଦ ହେବା ପରେ କଣ ହେବ । ସରକାର କମ୍ପାନୀଙ୍କୁ ଅନ୍ୟ କିଛି ବିକଳ୍ପ ବାହାର କରିବା ପାଇଁ ମଧ୍ୟ କହିଛନ୍ତି । କମ୍ପାନୀକୁ ଏହି ସମସ୍ତ ବିକଳ୍ପ ଉପରେ ତୁଲନାତ୍ମକ ବିଶ୍ଲେଷଣ ପ୍ରଦର୍ଶନ କରିବା ପାଇଁ ମଧ୍ୟ କହିଛନ୍ତି ।
୨୦୧୬-୧୭ରେ ବିଏସଏନଏଲକୁ ୪୭୯୩ କୋଟିର କ୍ଷତି ହୋଇଥିଲା । ଏହା ପ୍ରଥମ ଥର ପାଇଁ ନୁହେଁ, କମ୍ପାନୀ ଗତ ୩ ବର୍ଷ ଧରି କ୍ଷତି ସହୁଛି । ଡିପାର୍ଟମେଣ୍ଟ ଅଫ ପବ୍ଲିକ୍ ଏଣ୍ଟରପ୍ରାଇସେସ୍ ଦ୍ୱାରା ଦିଆଯାଇଥିବା ଗାଇଡଲାଇନ୍ ଅନୁସାରେ ବିଏସଏନଏଲକୁ Incipient Sick କୁହାଯାଇଛି ।
କମ୍ପାନୀର କହିବା ଅନୁସାରେ ତା ପାଖରେ ଅନେକ ସଂଖ୍ୟାରେ ଗ୍ରାହକ ଅଛନ୍ତି କିନ୍ତୁ କିଛି କାରଣ ଯୋଗୁଁ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ସହିତ ତାଳ ଦେଇ ଚାଲିପାରୁନି । ଗତ କିଛି ବର୍ଷରେ କମ୍ପାନୀ ନିଜ ନେଟୱର୍କରେ ୪ଜି ଅପଗ୍ରେଡ୍ କରିବାରେ ଅସଫଳ ହେଉଛି । ଯଦି କମ୍ପାନୀ ଏଥିରେ ସଫଳ ହୋଇଥାନ୍ତା ତେବେ ସେ ପ୍ରତିଦ୍ୱନ୍ଦୀଙ୍କ ସହ ମୁକାବିଲା କରିପାରିଥାନ୍ତା ।