ନୂଆଦିଲ୍ଲୀ – ଫୋନ ୟୁଜରଙ୍କ ପାଇଁ ଖୁସି ଖବର। ମାର୍କେଟକୁ ଆସିଗଲା ଏକ ଦମଦାର ଫୋନ୍। ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (ଭାରତ ସଞ୍ଚାର ନିଗମ ଲିମିଟେଡ୍) ଭାରତରେ ଏହି ନୂଆ ଫୋନ୍ ଲଞ୍ଚ କରିଛି। ଏହା ଏକ ସାଟେଲାଇଟ୍ ଫୋନ୍, ଯାହାର ଦାମ୍ ଆଇଫୋନ୍‌ ଓ ଅନେକ ପ୍ରିମିୟମ ସ୍ମାର୍ଟଫୋନ ସହ ସମାନ। ହେଲେ ,ଏହା କମର୍ସିଆଲ ବ୍ୟବହାର ପାଇଁ ହୋଇଛି। ସାଧାରଣ ଲୋକ ଏହାକୁ କିଣି ପାରିବେ ନାହିଁ। ପ୍ରକୃତ କଥା ହେଲା,ବିନା ଅନୁମତିରେ ଏହି ସାଟେଲାଇଟ ଫୋନର ବ୍ୟବହାର ସାଧାରଣ ଲୋକ କରି ପାରିବେ ନାହିଁ। ଟେଲିକମ୍ୟୁନିକେସନ ବିଭାଗ ( ଡିଓଟି)ରୁ ପରିମିସନ ମିଳିବା ପରେ ୟୁଜରମାନେ କିମ୍ୱା ପ୍ରତିଷ୍ଠାନ ଗୁଡ଼ିକ ସାଟେଲାଇଟ୍ ଫୋନର ବ୍ୟବହାର କରିପାରିବେ। ଏହି ଫୋନର ମୂଲ୍ୟ ଲକ୍ଷେ ୩୪ ହଜାର ଟଙ୍କା।

ଯଦି ଆମେ କହିବା ଯେ, ସାଟେଲାଇଟ୍ ଫୋନ ଦ୍ୱାରା କଣ ଲାଭ ହେବ, ତ କହି ରଖୁଛି ଯେ, ଏହା ମାଧ୍ୟମରେ ୟୁଜର ଯାତାୟାତ କରୁଥିବା ବେଳେ କମ୍ୟୁନିକେସନ ନେଟୱର୍କ ସହ ସଂଯୋଗ ହୋଇ ପାରିବେ। ଏମିତି କି ଯେଉଁ ଅଞ୍ଚଳରେ ନେଟୱର୍କ ନାହିଁ ସେଠାରେ ବି ଫୋନ୍‌ ଚାଲି ପାରିବ। ଆପଣ କେଉଁଠି ବି ଭଏସ୍ କଲ୍ କରିପାରିବେ ଏବଂ ଆବଶ୍ୟକ ପଡ଼ିଲେ ଏମର୍ଜେନ୍ସି ସପୋର୍ଟ କରିପାରିବେ। ବିଏସଏନଏଲ ସାଟେଲାଇଟ୍ ଫୋନ୍ ବ୍ୟବହାର କରିବା ଦ୍ୱାରା ୟୁଜରଙ୍କୁ ଦୀର୍ଘ ବ୍ୟାଟେରୀ ଲାଇଫ୍‌ ମଧ୍ୟ ମିଳିଥାଏ।

ଫୋନର ବିଶେଷତ୍ୱ -

  • ଏହି ସାଟେଲାଇଟ୍‌ ଫୋନକୁ ମଜବୁତ ଓ ସ୍ଥାୟୀ ଡିଜାଇନ ସହ ତିଆରି ହୋଇଛି। ଯାହାକି ଏହା ଖରାପ ପାଣିପାଗର ସମ୍ମୁଖୀନ ହୋଇ ପାରିବ। ଏହାକୁ ଏମିତି ଡିଜାଇନ କରାଯାଇଛି କି ଏହା ଧୂଳି ଓ ପାଣିରେ ସୁରକ୍ଷିତ ରହି କାର୍ଯ୍ୟ କରି ପାରିବ।
  •  ଏହି ଫୋନଟିକୁ ଦୀର୍ଘ ବ୍ୟାଟେରୀ ଲାଇଫ୍ ସହିତ ଅଣାଯାଇଛି, ଯେଉଁଠି ବିଦ୍ୟୁତ୍ ନଥିଲେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହୃତ ହୋଇ ପାରିବ।
  •  ଏହାକୁ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଜରୁରୀକାଳୀନ (SOS) ସିଗନାଲ ପଠାଇବା ଭଳି ଡିଜାଇନ୍ କରାଯାଇଛି ଏବଂ ଏଥିରେ ସ୍ପଷ୍ଟ ସ୍ୱରରେ କଥାବାର୍ତ୍ତା ମଧ୍ୟ କରାଯାଇ ପାରିବ।

BSNLର ଏହି ସାଟେଲାଇଟ୍ ଫୋନ୍‌ର ମୂଲ୍ୟ ଟିକସ ସହ ୧,୩୪,୧୬୬ ଟଙ୍କା ରହିଛି। ଏହି ସାଟେଲାଇଟ୍ ଫୋନ୍ ବିଷୟରେ ଅଧିକ ସୂଚନା ପାଇଁ ଉପଭୋକ୍ତାମାନେ ସେମାନଙ୍କର ନିକଟତମ BSNL କାର୍ଯ୍ୟାଳୟକୁ ଯାଇପାରିବେ। ଅଧିକ ସୂଚନା ପାଇଁ, ୯୭୬୮୮୬୬୬୫୨ କୁ କଲ୍ ମଧ୍ୟ କରି ପାରିବେ। BSNL ଏକ ପୋଷ୍ଟରେ କହିଛି ଯେ ,ଏହା ପ୍ରତିରକ୍ଷା, ସାମୁଦ୍ରିକ, ବିପର୍ଯ୍ୟୟ ପ୍ରତିକ୍ରିୟା, ତୀର୍ଥଯାତ୍ରୀ ଏବଂ ଦୁଃସାହସିକ ଯାତ୍ରା ପାଇଁ ଉପଯୁକ୍ତ ବିକଳ୍ପ ।

​​​​​​​ଆହୁରି ମଧ୍ୟ ପଢନ୍ତୁ - Ayodhya Ram Mandir : ଚମ୍ପତ ରାୟଙ୍କ ସମେତ ୩ ଜଣ ପ୍ରମୁଖ ଟ୍ରଷ୍ଟିଙ୍କ ଆଇଡି ବନ୍ଦ , ଏବେ ଜାରି କରି ପାରିବେ ନାହିଁ ଭିଆଇପି ପାସ୍