PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ବଜେଟ୍‌ ୨୦୨୩: ମୋଦୀଙ୍କ ଶାସନ କାଳରେ ଏହି ସବୁ ବଜେଟରେ ହୋଇଛି ପରିବର୍ତ୍ତନ; ପୁଣି ଫେରିବ ହାଲଓ୍ବା ସେରିମନି?

Image Courtesy: Zee Business

ନୂଆଦିଲ୍ଲୀ,୨୫/୦୧: ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାପନ କରିବେ। ସାମ୍ପ୍ରତିକ ମାଦୀ ସରକାରଙ୍କର ଏହା ହେଉଛି ଅନ୍ତିମ ପୂର୍ଣ୍ଣ ବଜେଟ। ଏହି ପରିପ୍ରେକ୍ଷୀରେ ଆଶା କରାଯାଉଛି ଯେ, ଅର୍ଥମନ୍ତ୍ରୀ ଏଥରର ବଜେଟରେ କିଛି ବଡ଼ ଘୋଷଣା କରିପାରନ୍ତି। ଅର୍ଥମନ୍ତ୍ରୀ ସୀତାରମଣ ଟ୍ୟାକ୍ସ ସ୍ଳାବରେ ସଂଶୋଧନ କରି ଭାରତୀୟ କରଦାତାଙ୍କୁ ଆଶ୍ବସ୍ତି ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ବଜେଟ ପ୍ରସ୍ତୁତ ହେବା ଠାରୁ ଆରମ୍ଭ କରି ଉପସ୍ଥାପନ ହେବା ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ପରମ୍ପରାକୁ ଅନୁସରଣ କରାଯାଏ। ଗତବର୍ଷ ପ୍ରଥମ ଥର ବଜେଟ ଉପସ୍ଥାପନ ହେବା ପୂର୍ବରୁ ପ୍ରତିବର୍ଷ ମନାଯାଉଥିବା ହାଲଓ୍ବା ଉତ୍ସବ ପାଳନ କରାଯାଇନଥିଲା। ଏହି ଅବସରରେ କର୍ମଚାରୀମାନଙ୍କୁ ମିଠା ବଣ୍ଟାଯାଇଥାଏ। ତେବେ ପ୍ରତିବର୍ଷ ବଜେଟ ପୂର୍ବରୁ ପାଳନ କରାଯାଉଥିବା ଏହି ହାଲଓ୍ବା ଉତ୍ସବ ଗତବର୍ଷ କରୋନା କାରଣରୁ ବନ୍ଦ କରାଯାଇଥିଲା। କିନ୍ତୁ ପରମ୍ପରାଗତ ଭାବେ ଚାଲିଆସିଥିବା ଏହି ଉତ୍ସବ ଚଳିତ ବର୍ଷ ପାଳନ କରାଯିବ। ଗୁରୁବାର ଏନେଇ ଆୟୋଜନ କରାଯିବ। ତେବେ ଆସନ୍ତୁ ଜାଣିବା ବାସ୍ତବରେ କ’ଣ ଏହି ହାଲଓ୍ବା ସେରିମନି’ ବା ଉତ୍ସବ? ମୋଦୀ ସରକାରରେ ବଜେଟ ପରମ୍ପରାରେ କି କିି ପରିବର୍ତ୍ତନ ହୋଇଛି….

ଣ ଏହି ହାଲଓ୍ବା ଉତ୍ସବ?

କିଛି ଶୁଭାରମ୍ଭ ପୂର୍ବରୁ ମିଠା ଖାଇ ଆରମ୍ଭ କଲେ ଶୁଭ ହୋଇଥାଏ ବୋଲି କୁହାଯାଉଥିବା ବେଳ ବଜେଟ ପୂର୍ବରୁ ହାଲଓ୍ବା ଉତ୍ସବ ଏକ ପରମ୍ପରାଗତ କାର୍ଯ୍ୟକ୍ରମ ଅଟେ, ଯାହାକୁ ବଜେଟ ଉପସ୍ଥାପନ ପୂର୍ବରୁ ମନାଯାଇଥାଏ। କୁହାଯାଏ ଯେ, ଦିର୍ଘ ସମୟ ଧରି ଚାଲିଥିବା ବଜେଟ ପ୍ରସ୍ତୁତି ପ୍ରକ୍ରିୟା ସରିବା ପରେ ମିଠା ଖାଇ ବଜେଟ ଛାପିବାକୁ ଔପଚାରିକ ଭାବରେ ସବୁଜ ସଙ୍କେତ ଦିଆଯାଇଥାଏ। ଅର୍ଥମନ୍ତ୍ରୀ ହାଲୁଆ ଭର୍ତ୍ତି କଢ଼େଇରୁ ହାଲଓ୍ବା ଆଣି ଅଧିକାରୀ ମାନଙ୍କୁ ପରଷିବା ପରେ ପ୍ରସ୍ତୁତ ବଜେଟକୁ ଛାପିବାକୁ ସବୁଜ ସଙ୍କେତ ମିଳିଥାଏ। ଏହି ଉତ୍ସବ ଅର୍ଥମନ୍ତ୍ରାଳୟର ନର୍ଥ ବ୍ଳାକ ବେସମେଣ୍ଟରେ ହୋଇଥାଏ, ଯେଉଁଠାରେ ଏକ ପ୍ରିଣ୍ଟିଂ ପ୍ରେସ ମହଜୁଦ ରହିଛି।

Halwa Ceremony before budget

ଏହି ଖବର ଉପରେ ନଜର ପକାନ୍ତୁ: ୨୦୨୪ ପାଇଁ ବିଜେପିର ମାଷ୍ଟରପ୍ଳାନ; ପ୍ରସ୍ତୁତ ହେଲା ୬୦-୭୦ ଫର୍ମୁଲା; ୩ଲକ୍ଷ ସଂଖ୍ୟାଲଘୁଙ୍କୁ ନେଇ ଦିଲ୍ଲୀରେ ସମ୍ମିଳନୀ

କୁହାଯାଏ ଯେ, ସଂସଦରେ ବଜେଟ ଉପସ୍ଥାପନ ହେବାର ପୂର୍ବରୁ ପାଖାପାଖି ୧୦ ଦିନ ପର୍ଯ୍ୟନ୍ତ ବଜେଟ ସହିତ ଜଡ଼ିତ ଅର୍ଥ ମନ୍ତ୍ରାଳୟର ଅଧିକାରୀ ଏବଂ କର୍ମଚାରୀମାନେ ନର୍ଥ ବ୍ଳାକ ବେସମେଣ୍ଟରେ ହିଁ ରହିଥାଆନ୍ତି। ଯେଉଁଠାରେ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରହିଥାଏ। ସୂଚନାଥାଉକି, ଅର୍ଥ ମନ୍ତ୍ରାଳୟର ଅଧିକାରୀ ଓ କର୍ମଚାରୀଙ୍କ ଉପରେ ୨୪ଘଣ୍ଟା ଗୁଇନ୍ଦା ବିଭାଗର ନଜର ରହିଥାଏ। ଏମିତି କି ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ସମ୍ପର୍କୀୟ ମାନଙ୍କ ସହିତ ମଧ୍ୟ କଥା ହୋଇପାରିବେ ନାହିଁ। ଏମିତିକି ପ୍ରିୟଜନ ମାନଙ୍କୁ ଫୋନ୍‌ କରିବାର ବି ଅନୁମତି ନଥାଏ। ସିସିଟିଭିର ଏକ ମଜଭୁତ ନଜରରେ ସେମାନେ ରହୁଥିବା ବେଳେ ଜୈମର ସେମାନଙ୍କ ଠାରୁ ସବୁ ବାହାର ଯୋଗଯୋଗକୁ ଅଲଗା କରିଥାଏ।

ଉଲ୍ଲେଖଯୋଗ୍ୟ ଯେ, ବଜେଟ୍ ଦସ୍ତାବିଜ ୧୯୫୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତ ହେଉଥିଲା ବୋଲି କୁହାଯାଉଥିବା ବେଳେ ସେହି ବର୍ଷ ଏହା ଲିକ୍ ହେବା ପରଠାରୁ ବଜେଟକୁ ମିନ୍‌ଟୋ ରୋଡ୍ ଏବଂ ପରେ ନର୍ଥ ବ୍ଳକ୍‌ ବେସମେଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ବଜେଟର ମୁଦ୍ରଣ ସ୍ଥାୟୀ ଭାବରେ ଏହି ପ୍ରିଣ୍ଟିଂ ପ୍ରେସରୁ ଆରମ୍ଭ ହେଲା।

* ବଜେଟର ଅନେକ ପରମ୍ପରାରେ ହୋଇସାରିଛି ପରିବର୍ତ୍ତନ

ଚମଡ଼ାର ବ୍ରିଫ୍‌କେସ ବଦଳରେ ନାଲି କପଡ଼ା:

କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ ବଜେଟର କିଛି ପରମ୍ପରାରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଥିଲା। ଯେମିତିକି ସ୍ବାଧିନତା ପୂର୍ବରୁ ଚମଡ଼ାର ବ୍ରିଫ୍‌କେସରେ ବଜେଟ ଉପସ୍ଥାପନ କରିବାର ପରମ୍ପରା ଥିଲା। କିନ୍ତୁ ଯେତେବେଳେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କଲେ, ସେତେବେଳେ ବ୍ରିଫ୍‌କେସ ବଦଳରେ ନାଲିରଙ୍ଗର କପଡ଼ାରେ ଆବଦ୍ଧ ଦସ୍ତାବିଜ ରୁପରେ ବଜେଟ ଉପସ୍ଥାପନ କରିଥିଲେ।

Budget 2022

ଯେତେବେଳେ ଡିଜିଟାଲ ବଜେଟ ଆସିଥିଲା:

ଡିଜିଟାଲ ବଜେଟର ପ୍ରଚଳନ, ବଜେଟ ପରମ୍ପରାରେ ପରିବର୍ତ୍ତନର ଏକ ସିକ୍ବେଲ ଅଟେ। ପ୍ରତ୍ୟେକ ଥର ବଜେଟର ମୁଦ୍ରଣ ବା ଛପା ଯାଉଥିବା ବେଳେ କରୋନା କାଳ ଭିତରେ ଅର୍ଥାତ୍‌ ୨୦୨୧ ଓ ୨୦୨୨ରେ ଡିଜିଟାଲ ବଜେଟ ଉପସ୍ଥାପନ କରାଯାଇଥିଲା। ୧ ଫେବୃଆରୀରେ ସଂସଦରେ ବଜେଟ ଉପସ୍ଥାପନ ହେବାର ପ୍ରକ୍ରିୟା ଶେଷ ହେବା ପରେ କେନ୍ଦ୍ରୀୟ ବଜେଟ ୨୦୨୧-୨୨ ଏବଂ ୨୦୨୨-୨୩ ବଜେଟ ଓ୍ବେବସାଇଟ www.indiabudget.gov.in ଏବଂ ୟୁନିୟନ ବଜେଟ ମୋବାଇଲ ଆପ୍‌ରେ ଉପଲବ୍ଧ ହୋଇଥିଲା। ଆପ୍‌ରେ କେନ୍ଦ୍ରୀୟ ବଜେଟର ସମ୍ପୁର୍ଣ୍ଣ ଦସ୍ତାବିଜ ଉପଲବ୍ଧ କରାଯାଇଥିଲା, ଯେଉଁଥିରେ ବଜେଟ ସମ୍ବନ୍ଧୀୟ ଭାଷଣ ଠାରୁ ଆରମ୍ଭ କରି ବାର୍ଷିକ ଆର୍ଥିକ ବିବରଣୀ, ଅନୁଦାନ ଦାବି ଏବଂ ଅର୍ଥ ସମ୍ପର୍କିତ ବିଧେୟକ ସାମିଲ କରାଯାଇଥିଲା। ଏହି ଆପ୍‌ରେ ଉଭୟ ହିନ୍ଦି ଓ ଇଂରାଜୀ ଭାଷାରେ ତଥ୍ୟ ଗୁଡ଼ିକ ଉପଲବ୍ଧ ଥିଲା। ବଜେଟର ଏକ ଡିଜିଟାଲ୍ କପି ଲୋକସଭାର ସମସ୍ତ ସଦସ୍ୟ ଏବଂ ଅନ୍ୟ ସମସ୍ତଙ୍କୁ ଦିଆଯାଇଥିଲା।

Digital Budget

ପଞ୍ଚବାର୍ଷିକ ଯୋଜନାକୁ ବନ୍ଦ କରାଯାଇଥିଲା:

ମୋଦୀ ସରକାର ୨୦୧୫ରେ ଯୋଜନା ଆୟୋଗକୁ ବନ୍ଦ କରି ନୀତି ଆୟୋଗ ଗଠନ କରିଥିଲେ। ଯେତେବେଳେ ପଣ୍ଡିତ ଜବାହାର ଲାଲ ନେହେରୁ ସ୍ବାଧିନ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ଏହି ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇଥିଲା। ୨୦୧୨-୨୦୧୭ ଥିଲା ଅନ୍ତିମ ପଞ୍ଚବାର୍ଷିକ ଯୋଜନା। ୧ ଜାନୁଆରୀ ୨୦୧୫ରେ ଯୋଜନା ଆୟୋଗ ସ୍ଥାନରେ ନୀତି ଆୟୋଗ କାମ ଆରମ୍ଭ କରିଥିଲା, ଯାହାକି ସରକାରଙ୍କର ଥିଙ୍କ୍‌ ଟ୍ୟାଙ୍କ୍‌ ନାମରେ ଜଣାଶୁଣା।

Five year plan (pic: social media)

ସାଧାରଣ ବଜେଟରେ ସାମିଲ ହୋଇଥିଲା ରେଳ ବଜେଟ:

ବ୍ରିଟିଶ ଶାସନରେ ୧୯୨୪ରୁ ଦୁଇଟି ପୃଥକ ବଜେଟ୍, ରେଳ ବଜେଟ୍ ଏବଂ ସାଧାରଣ ବଜେଟ୍ ଉପସ୍ଥାପନ କରାଯାଉଥିଲା। ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ଉପସ୍ଥାପିତ ହୋଇଥିଲା। ତେବେ ମୋଦୀ ସରକାର ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ବଜେଟ ସହିତ ରେଳ ବଜେଟକୁ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଧାରଣ ବଜେଟ୍ ସହିତ ରେଳ ବଜେଟର ମିଶ୍ରଣ ନୀତି ଆୟୋଗ ସଦସ୍ୟ ବିବେକ ଦେବରୟଙ୍କ ନେତୃତ୍ୱରେ ଏକ କମିଟିର ସୁପାରିଶ ଉପରେ ଆଧାରିତ ଥିଲା।

Rail Budget

ବଜେଟ୍‌ ଉପସ୍ଥାପନ ତାରଖରେ ପରିବର୍ତ୍ତନ:

ବ୍ରିଟିଶ ଶାସନ ପରଠାରୁ, ପ୍ରତିବର୍ଷ ୨୮ ଫେବୃଆରୀରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେଉଥିଲା। ତେବେ ୨୦୧୭ରୁ ଏହି ତାରିଖରେ ପରିବର୍ତ୍ତନ କରାଯାଇଥିଲା। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧ ଫେବୃଆରୀ ୨୦୧୭ରେ ବଜେଟ୍ ଉପସ୍ଥାପନ କରିଥିଲେ। ତାରିଖ ପରିବର୍ତ୍ତନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ୧ ଏପ୍ରିଲ ପୂର୍ବରୁ ଅର୍ଥାତ୍ ନୂତନ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ସମସ୍ତ ବଜେଟ୍ ସମ୍ବନ୍ଧୀୟ ପ୍ରକ୍ରିୟା ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଥିଲା।