PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଆଜି ମଧ୍ୟ ସଂସଦରେ ଉତ୍ତେଜନା, କେନ୍ଦ୍ର ସରକାରଙ୍କ ପାଖରେ ବଜେଟ୍ ପାରିତ କରାଇବାକୁ ମାତ୍ର ଦୁଇ ସପ୍ତାହ ବାକି

Image Courtesy: Indian Tv

ନୂଆଦିଲ୍ଲୀ,୨୦/୦୩: ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଗତ କିଛି ଦିନ ହେବ ଗୃହକାର୍ଯ୍ୟରେ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି। ଆଜି ପୁଣିଥରେ ସଂସଦରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା ହେବାର ସମ୍ଭାବନା ରହିଛି। ତେବେ ଏହା ପୂର୍ବରୁ, ଗୃହର କାର୍ଯ୍ୟକାଳ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳର ଏକ ବୈଠକ ଅଛି, ଯେଉଁଥିରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରାଯାଇପାରେ। ବ୍ରିଟେନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ଦେଇଥିବା ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମାକୁ ନଜରରେ ରଖି ପୂର୍ବତନ ଉପରାଷ୍ଟ୍ରପତି ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକୁ ସୁଗମ କରିବାକୁ ଆହ୍ବାନ ଦେଇଛନ୍ତି। ସଂସଦର କାର୍ଯ୍ୟକାଳ ସୁଗମ ସୁନିଶ୍ଚିତ କରିବା ଉଭୟ ଶାସକ ଏବଂ ବିରୋଧୀଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି।

ସୂଚନାଥାଉକି, ବିରୋଧୀ ସଂସଦରେ ଆଦାନୀ ପ୍ରସଙ୍ଗକୁ ନେଇ ଆକ୍ଷେପ କରୁଥିବା ବେଳେ ସେପଟେ ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ମୁଦ୍ଦା କରି ସଂସଦ ଚାଲିବାକୁ ବିଜେପି ଅନୁମତି ଦେଉନାହିଁ। ବିଜେପି କହିଛି ଯେ, ରାହୁଲ ଗାନ୍ଧୀ ଭାରତ ତଥା ଏହାର ଗଣତନ୍ତ୍ରକୁ ବିଦେଶୀ ମାଟିରେ ଅପମାନିତ କରିଛନ୍ତି ତେଣୁ ସେ କ୍ଷମା ମାଗନ୍ତୁ। ଏହାର ଜବାବରେ କଂଗ୍ରେସ କହିଛି ଯେ ଯେତେବେଳେ ରାହୁଲ ଗାନ୍ଧୀ କିଛି ଭୁଲ କହି ନାହାଁନ୍ତି, ତେବେ ସେ କାହିଁକି କ୍ଷମା ମାଗିବେ?

ତେବେ ତମାମ ଆରୋପ ପ୍ରତ୍ୟାରୋପ ଭିତରେ ବଜେଟ ଅଧିବେସନ ଶେଷ ହେବା ପାଇଁ ମାତ୍ର ଦୁଇ ସପ୍ତାହ ସମୟ ଅଛି। ବଜେଟ ଅଧିବେଶନ ୬ ଏପ୍ରିଲରେ ସରିବାକୁ ଯାଉଛି। ଏହି ଦୁଇ ସପ୍ତାହ ଭିତରେ କେନ୍ଦ୍ର ସରକାରଙ୍କୁ ବଜେଟ ପାରିତ କରିବାକୁ ହେବ। ଏଭଳି ପରିସ୍ଥିତିରେ ସରକାର ଏହି ସପ୍ତାହରେ ବଜେଟ୍ ମଞ୍ଜୁର ପ୍ରକ୍ରିୟା ଆରମ୍ଭ କରିବାକୁ ଚେଷ୍ଟା କରିପାରନ୍ତି।

ସମ୍ବନ୍ଧିତ ଖବର