PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ରାଜ୍ୟ ମନ୍ତ୍ରୀପରିଷଦର ଅନୁମୋଦନ: ୫୨ହଜାର କୋଟି ଟପିବ କାମଚଳା ବଜେଟ

ଭୁବନେଶ୍ୱର,୨ା୨(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ମାସର ବଜେଟ୍‌ ବ୍ୟୟ ଅଟକଳ ୫୨ ହଜାର କୋଟି ଟପିବ । ଆଜି କ୍ୟାବିନେଟ୍‌ ଓ ମନ୍ତ୍ରୀପରିଷଦ ଏହି ଚିଠା ବଜେଟକୁ ଅନୁମୋଦନ କରିଛି । ଏଥି ସହିତ କ୍ୟାବିନେଟ୍‌ରେ ଅନ୍ୟ ତିନିଟି ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ଓଡ଼ିଶା ପୁଲିସ ସେବା ଓ ସଶସ୍ତ୍ର ପୁଲିସ ସେବାର ଅଧିକାରୀମାନଙ୍କ ପଦୋନ୍ନତି ପାଇଁ ସରକାର ନୂଆ ପଦୋନ୍ନତି କମିଟି(ଡିପିସି) ଗଢ଼ିଛନ୍ତି । ସଚିବାଳୟ କର୍ମଚାରୀଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳି ଏବଂ ହ୍ରାଇଭରଙ୍କ ନିଯୁକ୍ତି ସେବା ସର୍ତ୍ତାବଳିରେ ମଧ୍ୟ ସଂଶୋଧନ କରିଛି କ୍ୟାବିନେଟ୍‌ ।
ମନ୍ତ୍ରୀ ପରିଷଦର ଅନୁମୋଦନ ଲାଭ କରିଥିବା ଏହି କାମଚଳା ବଜେଟ୍‌ରେ କୌଣସି ନୂତନଯୋଜନା ଘୋଷଣା କରାଯାଇ ନାହିଁ । ତେବେ ଅଳ୍ପ ଦିନ ତଳେ ଘୋଷଣା କରାଯାଇଥିବା ନୂଆ ଯୋଜନାଗୁଡ଼ିକ ପାଇଁ ବ୍ୟୟ ବରାଦ କରାଯାଇଛି । ଏଥିରେ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ‘କାଳିଆ’ ଯୋଜନା ଓ ଅନ୍ୟ କେତେକ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍‌ ୧ଲକ୍ଷ ୩୨ ହଜାର ୮୧୮ କୋଟି ଟଙ୍କା ଥିଲା । ଯାହା ଜଣାପଡ଼ିଛି ବିଗତ ବର୍ଷ ତୁଳନାରେ ଆଗାମୀ ବର୍ଷ ବଜେଟ୍‌ ବ୍ୟୟ ୧୨ ପ୍ରତିଶତରୁ ଅଧିକ ହେବ । ଆସନ୍ତା ୭ ତାରିଖ ଦିନ ସରକାର ବିଧାନସଭାରେ ଏହି କାମଚଳା ବଜେଟ୍‌ ଉପସ୍ଥାପନ କରିବେ ।
ସଚିବାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଳାଗି ଉଦ୍ଦିଷ୍ଟ ଓଡ଼ିଶା ସଚିବାଳୟ ନିଯୁକ୍ତି ଓ ସେବା ନିିୟମାବଳିକୁ କ୍ୟାବିନେଟ ସଂଶୋଧନ କରିଛି । ପୂର୍ବରୁ ଥିବା ନିୟମ ଅନୁସାରେ ଜଣେ ଏଏସ୍‌ଓ ପଦୋନ୍ନତି ପାଇ ଏସ୍‌ଓ ପଦବୀକୁ ଯିବାପାଇଁ ୧୨ ବର୍ଷ ଅପେକ୍ଷା କରିବାକୁୁ ପଡ଼ୁଥିଲା । ଯାହାକୁ ହ୍ରାସ କରାଯାଇ ୮ବର୍ଷ କରାଯାଇଛି । ସେହିଭଳି ଅନୁଶାସନସଚିବ ପଦବିରୁ ଉପ ଶାସନ ସଚିବ ପଦବିକୁ ଆସିବା ପାଇଁ ୩ ବର୍ଷର ଅଭିଜ୍ଞତା ହାସଲ କରିବାକୁ ପଡ଼ୁଥିଲା । ଏଥିରେ ମଧ୍ୟ ସଂଶୋଧନ କରାଯାଇ ୧ ବର୍ଷକୁ ହ୍ରାସ କରାଯାଇଛି । ଏହା ସହିତ ଯୁଗ୍ମ ଶାସନ ସଚିବ ପଦବିରୁ ଅତିରିକ୍ତ ଶାସନ ସଚିବ ପଦବିକୁ ଯିବା ପାଇଁ ଥିବା ୩ବର୍ଷର ଅଭିଜ୍ଞତାକୁ ମଧ୍ୟ ସଂଶୋଧିତ ନିୟମାବଳିରେ ଉଚ୍ଛେଦ କରାଯାଇଛି । ଏଣିକି କେବଳ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ଯୁଗ୍ମ ସଚିବମାନଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯିବ । ସରକାରୀ ଡ୍ରାଇଭରଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳିରେ ମଧ୍ୟ ସଂଶୋଧନ କରିଛି କ୍ୟାବିନେଟ୍‌ । ସରକାରଙ୍କ ବିଭିନ୍ନ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ହାଲୁକା ମୋଟର ଯାନ ଡ୍ରାଇଭରମାନଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ । ଏଣିକି ଯେଉଁଠି ୪ଜଣ ଡ୍ରାଇଭର କାର୍ଯ୍ୟ କରୁଥିବେ ସେଠି ଅଭିଜ୍ଞତା ଓ ବରିଷ୍ଠତାକୁ ଭିତ୍ତି କରି ଜଣକୁ ହେଡ୍‌ ଡ୍ରାଇଭର କରାଯିବ ।

ସମ୍ବନ୍ଧିତ ଖବର