ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଅଗଷ୍ଟ ୩୦ରେ ବୁଦ୍ଧାଦିତ୍ୟ ରାଜଯୋଗ; ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ...

Published By : Harapriya Sethi | August 21, 2025 6:46 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩୦ ଅଗଷ୍ଟ ୨୦୨୫ ସନ୍ଧ୍ୟାରେ ବୁଧ ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ଏଠାରେ ପୂର୍ବରୁ ହିଁ ରହିଛନ୍ତି । ଏହି ୨ଟି ଗ୍ରହ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହୋଇଥାଏ । ଏହି ଯୋଗ ଅତ୍ୟନ୍ତ ଶୁଭ ଯୋଗ ବୋଲି କୁହାଯାଏ । ଏହି ଯୋଗ ଫଳରେ ମାନସିକ ଶାନ୍ତି, ବ୍ୟବସାୟ, ବାଣୀ,ନେତୃତ୍ୱ ଧନ ବୃଦ୍ଧି ହୋଇଥାଏ । ସୂର୍ଯ୍ୟଦେବ ଆତ୍ମବିଶ୍ୱାସ ବୃଦ୍ଧି କାରକ ହେଉଥିବା ବେଳେ ବୁଧ ବୁଦ୍ଧି, ଚିନ୍ତାଧାରା ଓ ବ୍ୟବସାୟର ପ୍ରତୀକ । ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଚାକିରି, ବ୍ୟବସାୟ ଓ ଦାମ୍ପତ୍ୟ ଜୀବନରେ ସୁଖ ଓ ଧନ ସମ୍ପତ୍ତି ପ୍ରାପ୍ତି ହେବ ।

ମେଷ- ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । କଳା, କ୍ରିଏଟିଭ୍‌ ଆଦି କ୍ଷେତ୍ରରେ ଲାଭବାନ୍‌ ହେବେ । ଖୁବ୍‌ ପ୍ରଶଂସା ସହ ହଠାତ୍‌ ଧନ ପ୍ରାପ୍ତି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବ୍ୟବସାୟୀଙ୍କୁ ନୂଆ ସୁଯୋଗ ମିଳିବ । ସମ୍ପର୍କ ମଜଭୁତ ହେବ । ଧୈର୍ଯ୍ୟର ସହ କାମ କଲେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ଅଧିକ ଶୁଭଫଳ ପାଇଁ ଗାଈଙ୍କୁ ଖାଇବାକୁ ଦେବା ସହ ଗଣେଶ ଭଗବାନଙ୍କୁ ପୂଜା କରନ୍ତୁ।

ମିଥୁନ- ବାଣୀରେ ମଧୁରତା ରହିବ । ସାହସର ସହ କାର୍ଯ୍ୟ କରିବେ । ଯାତ୍ରାର ଯୋଗ ରହିଛି । ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବନ୍ଧୁ ଓ ଭାଇ-ଭଉଣୀ ସହଯୋଗ କରିବେ । ଅଟକି ଥିବା କାମ ପୂରଣ ହେବ। ଅଧିକ ଶୁଭଫଳ ପାଇଁ ସବୁଜ ପୋଷାକ ପିନ୍ଧିବା ସହ ପକ୍ଷୀଙ୍କୁ ଦାନା ଖାଇବାକୁ ଦିଅନ୍ତୁ।

କର୍କଟ- ଧନ ମିଳିବା ସହ ପରିବାରରେ ହସଖୁସିର ବାତାବରଣ ରହିବ । ହଠାତ୍‌ ଧନ ମିଳିବା ପୁରୁଣା ନିବେଶରୁ ଲାଭବାନ୍‌ ହେବେ । ଦାମୀ ଜିନିଷ କିଣିବେ । ପରିବାରରେ ଧାର୍ମିକ କାର୍ଯ୍ୟର ଯୋଗ ରହିଛି । ହସଖୁସିରେ ଦିନ କଟିବ । ଅଧିକ ଶୁଭଫଳ ପାଇଁ ବୁଧବାର ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ । ସବୁଜ ମୁଗ ଦାନ କରନ୍ତୁ ।

ସିଂହ- ଏହି ରାଶିଙ୍କୁ ଭାଗ୍ୟର ସାଥ୍‌ ମିଳିବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ନୂଆ ଦାୟିତ୍ୱ ମିଳିବ । ଲକ୍ଷ୍ୟ ହାସଲ କରିବେ । ଧନ ପ୍ରାପ୍ତି ସହ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ଅଧିକ ଶୁଭଫଳ ପାଇଁ ବହି ଓ ଫଳ ଦାନ କରନ୍ତୁ ।

ତୁଳା- ବନ୍ଧୁଙ୍କ ସହଯୋଗ ମିଳିବ । ଧନ ଲାଭ ସହ ଅଟକି ଥିବା କାମରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରିରେ ଶୁଭଫଳ ସହ ପ୍ରଶଂସା ମିଳିବ । ଅଧିକ ଶୁଭଫଳ ପାଇଁ ବୁଧବାର ସବୁଜ ଜିନିଷ ଦାନ କରିବା ସହ ପ୍ରଭୁ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.